କଳାହାଣ୍ଡି କପ୍‌ ସୁପରଲିଗ୍‌: ପୂର୍ବତଟ ରେଳବାଇ, ଭୁବନେଶ୍ବର ଏ ବିଜୟୀ

Advertisment

ବିନାୟକଙ୍କ ଶତକ, ମଳୟ, ଅଙ୍କିତଙ୍କୁ ୫ ୱିକେଟ୍‌

ବିନାୟକଙ୍କ ଶତକ, ମଳୟ, ଅଙ୍କିତଙ୍କୁ ୫ ୱିକେଟ୍‌

କଳାହାଣ୍ଡି କପ୍‌ ସୁପରଲିଗ୍‌: ପୂର୍ବତଟ ରେଳବାଇ, ଭୁବନେଶ୍ବର ଏ ବିଜୟୀ

କଟକ: ଚଳିତ ଅନ୍ତଃଜିଲ୍ଲା କଳାହାଣ୍ଡି କପ୍‌ ସୁପରଲିଗ୍‌ ପର୍ଯ୍ୟାୟର ଶୁକ୍ରବାର ଦୁଇଟି ମ୍ୟାଚ୍‌ରେ ପୂର୍ବତଟ ରେଳବାଇ ଏବଂ ଭୁବନେଶ୍ବର-ଏ ଦଳ ବିଜୟୀ ହୋଇଛନ୍ତି। ବାରବାଟୀ ଷ୍ଟାଡିୟମରେ ପୂର୍ବତଟ ରେଳବାଇ ୧୦ ୱିକେଟ୍‌ରେ ସମ୍ବଲପୁରକୁ ହରାଇଛି। ଟସ୍‌ ହାରି ବ୍ୟାଟିଂ ପାଇଥିବା ସମ୍ବଲପୁର ଦଳ ୩୭.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୮ ରନ୍ କରିଥିଲା। ଜବାବରେ ରେଳବାଇ ଦଳ ୧୩.୩ ଓଭରରେ କୌଣସି ୱିକେଟ୍‌ ନହରାଇ ୧୦୦ ରନ୍ କରି ବିଜୟୀ ‌ହୋଇଥିଲା। ପୂର୍ବତଟ ରେଳବାଇର ମଳୟ କୁମାର ଜେନା ୧୩-୪-୨୯-୫ ଏବଂ ଅଙ୍କିତ ଯାଦବ ୧୨.୫-୨-୩୦-୫ର ବୋଲିଂ ଚିତ୍ର ପାଇଥିଲେ।

publive-image

ଏମଜିଏମ୍‌ ସ୍ପୋର୍ଟସ୍ କଂପ୍ଲେକ୍ସରେ ଭୁବନେଶ୍ବର-ଏ ଦଳ ୧ ୱିକେଟ୍‌ରେ ଢେଙ୍କାନାଳକୁ ହରାଇଛି। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଢେଙ୍କାନାଳ ୪୪.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୩ ରନ୍ କରିଥିଲା। ଜବାବ‌ରେ ଭୁବନେଶ୍ବର ଦଳ ୪୦.୧ ଓଭରରେ ୯ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।
ଡ୍ରିମ୍‌ସ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା-ଡି ପ୍ରଥମ ଦିନର ୯୦ ଓଭରରେ ୬ ୱିକେଟ୍‌ ହରାଇ ୩୭୯ ରନ୍ କରିଛି। ବିନାୟକ ସାହୁ ୧୬୮ ବଲ୍‌ରୁ ୧୬୨ ରନ୍ କରିଛନ୍ତି।

ସନ୍‌ସାଇନ୍‌ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ କଟକ-ଏ ୭୩.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୩୨ ରନ୍ କରିଥିଲା। ଜବାବ‌ରେ ରେ‌ଷ୍ଟ୍‌ ଅଫ୍ ଓଡ଼ିଶା-ସି ପ୍ରଥମ ଦିନ ଷ୍ଟମ୍ପ୍ ପ୍ରତ୍ୟାହାର ସୁଦ୍ଧା ୧୪ ଓଭରରେ ୨ ୱିକେଟ୍‌ ହରାଇ ୬୭ ରନ୍ କରିଛି। ଫଳରେ ହାତରେ ୮ ୱିକେଟ୍‌ ଥାଇ ରେଷ୍ଟ୍‌ ଅଫ୍ ଓଡ଼ିଶା ବିଜୟଠୁ ୧୬୬ ରନ୍‌ ଦୂରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe