କଳାହାଣ୍ଡି କପ୍‌ ଜିତିଲା କଟକ: ଭୁବନେଶ୍ବର ଉପବିଜେତା

କଳାହାଣ୍ଡି କପ୍‌ ଜିତିଲା କଟକ: ଭୁବନେଶ୍ବର ଉପବିଜେତା

ଭୁବନେଶ୍ବର: ଓଡ଼ିଶା କ୍ରିକେଟ୍‌ ସଂଘ ଦ୍ବାରା ଆୟୋଜିତ ଚଳିତ ବର୍ଷର କଳାହାଣ୍ଡି କପ୍‌ ବୁଧବାର ଶେଷ ହୋଇଛି। ଫାଇନାଲ୍‌ ମ୍ୟାଚ୍‌ରେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଭୁବନେଶ୍ବର-ଏ ଦଳକୁ ପରାସ୍ତ କରି କଟକ-ଏ ଦଳ ବିଜେତା ହୋଇଛି। କଟକର ବିଡ଼ାନାସୀ ପଡ଼ିଆରେ ଖେଳାଯାଇଥିବା ଦୁଇ ଦିନିଆ ଫାଇନାଲ୍‌ରେ ଟସ୍‌ ଜିତି କଟକ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ବିକ୍ରମ କିଶୋର (୫୩*)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଅନିଲ ପରିଡ଼ାଙ୍କ ୪୯ ରନ୍‌ ବଳରେ ଦଳ ୫୬ ଓଭରରେ ୨୦୮ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ଆଶିଷ ପ୍ରଧାନ ଓ ଅଂଶୁମାନ ବେଜ୍‌ ୩-୩ ୱିକେଟ୍‌ ନେଇଥିଲେ। ଜବାବରେ ଭୁବନେଶ୍ବର ଦଳ ପ୍ରଥମ ପାଳିରେ ୧୫୭ (୫୫.୩ ଓଭର) ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା।

ଶୁଭମ ନାୟକ (୬/୫୦) ଏବଂ ବି ମହାପାତ୍ର (୪/୬୬) ୧୦ ୱିକେଟ୍‌ ବାଣ୍ଟି ନେଇଥିଲେ। ଅନୁରାଗ ଷଡ଼ଙ୍ଗୀ ୩୮, ସାରାଂଶ କୁମାର ୨୯ ଓ ଦେବାଶିଷ ୨୭ ରନ୍‌ କରିଥିଲେ ମଧ୍ୟ ଭୁବନେଶ୍ବର ଦଳ ପ୍ରଥମ ପାଳିରେ ୫୧ ରନ୍‌ ପଛରେ ପଡ଼ିଯାଇଥିଲା। ଫଳରେ କଟକ ଦଳ ପାଳି ଅଗ୍ରଣୀ ଭିତ୍ତିରେ ବିଜେତା ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ଆଡ୍‌ଭୋକେଟ ଜେନେରାଲ ଅଶୋକ ପରିଜା ମୁଖ୍ୟ ଅତିଥି ଏବଂ ଫାଓ ଓ ଓଏଏର ସଂପାଦକ ଆଶୀର୍ବାଦ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏମାନଙ୍କ ବ୍ୟତୀତ କଟକ ୨ ନମ୍ବର ୱାର୍ଡ କର୍ପୋରେଟର ପୁଷ୍ପିତା ମହାନ୍ତି, ଓଡ଼ିଶା କ୍ରିକେଟ୍‌ ସଂଘର ପଙ୍କଜ ଲୋଚନ ମହାନ୍ତି (ଉପସଭାପତି), ସଞ୍ଜୟ ବେହେରା (ସଂପାଦକ), ବିକାଶ ପ୍ରଧାନ (କୋଷାଧ୍ୟକ୍ଷ), ଓସିଓ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରୁ ସୁଶାନ୍ତ କୁମାର ମହାନ୍ତି, ନୃସିଂହ ଚରଣ ଚୌଧୁରୀ, ସ‌ନ୍ତୋଷ ଦାସ, ଶିବବ୍ରତ ମଲିକ, ବୀରେନ୍ଦ୍ର କୁମାର ବେହେରା, ଅମିତ ବେହେରା, ପ୍ରଫୁଲ୍ଲ କୁମାର ସାହୁ, କ୍ଷୀତିଶ ଚନ୍ଦ୍ର ସାମନ୍ତରାୟ, ସୁବ୍ରତ କୁମାର ବେହେରା (ସିଇଓ) ପ୍ରମୁଖ ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe