କଳାହାଣ୍ତି କପ୍‌: ପ୍ରତୀକ, ଦେବେନ୍ଦ୍ରଙ୍କ ଶତକ: ନୟାଗଡ଼, ଜଗତସି˚ହପୁର, ବାଲେଶ୍ବର, କିଟ୍‌, ବରଗଡ଼, ଭଦ୍ରକ ବିଜୟୀ

Advertisment
ଦଲିପ ଟ୍ରଫି ଫାଇନାଲ୍‌: ଜୟସ୍ବାଲଙ୍କ ଦ୍ବିଶତକ; ପଶ୍ଚିମାଞ୍ଚଳ ୩୧୯ ରନ୍‌ରେ ଆଗୁଆ

ClipartMax

କଟକ: କଳାହାଣ୍ତି କପ୍‌ରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକରେ ନୟାଗଡ଼, ଜଗତସି˚ହପୁର, ବାଲେଶ୍ବର, କିଟ୍‌, ବରଗଡ଼, ଭଦ୍ରକ ବିଜୟୀ ହୋଇଛନ୍ତି। ସନସାଇନ୍‌ ପଡ଼ିଆରେ ନୟାଗଡ଼ ୨ ଵିକେଟରେ କେନ୍ଦୁଝରକୁ, ରେଭେନ୍ସା ପଡ଼ିଆରେ ଜଗତସି˚ହପୁର ୭ ଵିକେଟରେ ଢେଙ୍କାନାଳକୁ, ରେଭେନ୍ସା ୨ ନମ୍ବର ପଡ଼ିଆରେ ବାଲେଶ୍ବର ୨୩୮ ରନ୍‌ରେ କୋରାପୁଟକୁ, ସେଞ୍ଚୁରିଆନ୍‌ ପଡ଼ିଆରେ କିଟ୍‌ ୧୬୧ ରନ୍‌ରେ ବୌଦ୍ଧକୁ, ସି.ଭି. ରମଣ କଲେଜ ପଡ଼ିଆରେ ବରଗଡ଼ ୬ ଵିକେଟରେ ଗଞ୍ଜାମକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ ଭଦ୍ରକ ୬୬ ରନ୍‌ରେ ଅନୁଗୁଳକୁ ପରାସ୍ତ କରିଛି। କିଟ୍‌ର ପ୍ରତୀକ ଦାସ (୧୪୯), ବରଗଡ଼ର ଦେବେନ୍ଦ୍ର କୁଅଁର (୧୧୩) ଶତକ ଅର୍ଜନ କରିଥିଲା ବେଳେ କୃଷ୍ଣଚନ୍ଦ୍ର ବାରିକ ୬୦, ଶାମସୁଲ ଖାନ୍‌ ୮୩, ଅନ୍ବେଷ ଦାସ ୭୬, କିଷାନ ରଥ ୬୨, ସନ୍ତୋଷ ରାଉତ ୫୭*, ମୁସ୍ତାକ ବାଗ୍‌ ୫୩*, ସର୍ବେଶ୍ବର ମହାନ୍ତି ୭୦, ରୋନାଲ୍ଡ ଦାସ ୬୪*, ଦିବ୍ୟଶକ୍ତି ଚକ୍ରବର୍ତ୍ତୀ ୫୧, ଓମ୍‌ ମୁଣ୍ତେ ୫୨, ସାହିଲ ଖାନ୍‌ ୭୯ ରନ୍‌ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe