କଳିଙ୍ଗ ଲାନ୍‌ସର୍ସର ଦମ୍‌ଦାର ବିଜୟ

Advertisment

ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ତା’ର ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଖେଳିଥିବା ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ପରାଜୟ ଭୋଗି ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ରହିଥିବା କଳିଙ୍ଗ ଲାନ୍‌ସର୍ସ ଆଜିର ବିଜୟପରେ ପଞ୍ଚମ ସ୍ଥାନକୁ ଉଠିଛି।

Updated On

ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ତା’ର ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଖେଳିଥିବା ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ପରାଜୟ ଭୋଗି ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ରହିଥିବା କଳିଙ୍ଗ ଲାନ୍‌ସର୍ସ ଆଜିର ବିଜୟପରେ ପଞ୍ଚମ ସ୍ଥାନକୁ ଉଠିଛି।

ଅଦ୍ୟତନ ହୋଇଛି
ରାଉରକେଲା: ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ତା’ର ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଖେଳିଥିବା ସମସ୍ତ ୩ଟି ଯାକ ମ୍ୟାଚ୍‌ରେ ପରାଜୟ ଭୋଗି ପଏଣ୍ଟ୍‌ ତାଲିକାର ଶେଷ ସ୍ଥାନରେ ରହିଥିବା କଳିଙ୍ଗ ଲାନ୍‌ସର୍ସ ଆଜିର ବିଜୟପରେ ପଞ୍ଚମ ସ୍ଥାନକୁ ଉଠିଛି। ଦଳ ଅପରାଜେୟ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସକୁ ସିଧାସଳଖ ୬-୦ ଗୋଲ୍‌ରେ ପରାସ୍ତ କରି ଦମ୍‌ଦାର ବିଜୟ ଲାଭ କରିଛି।
ମଙ୍ଗଳବାର ଖେଳିଥିବା ଏହି ମ୍ୟାଚ୍‌ରେ କଳିଙ୍ଗ ଲାନ୍‌ସର୍ସ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା। ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଲାନ୍‌ସର୍ସ ଖେଳାଳି ବିପକ୍ଷଙ୍କ ଉପରେ ଭାରି ପଡ଼ିଥିଲେ। ଦଳର ଖେଳାଳି ପ୍ରଥମ କ୍ବାର୍ଟର୍‌ରେ ହିଁ ୩ଟି ଗୋଲ୍‌ଦେଇ ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ଆଣିଥିଲା। ଦ୍ବିତୀୟ କ୍ବାର୍ଟର୍‌ରେ ଲାନ୍‌ସର୍ସ ଖେଳାଳି ଆକ୍ରମଣକୁ ଆହୁରି ଶାଣିତ କରିଥିଲେ। ଫଳରେ ଶକ୍ତିଶାଳୀ ବେଙ୍ଗଲ ଟାଇଗର୍ସ ଏକପ୍ରକାର ଧରାଶାୟୀ ହୋଇଯାଇଥିଲା। ବିପକ୍ଷ ‌ଗୋଟିଏ ବି ଗୋଲ୍‌ ସୁଝିନପାରି ବିଶାଳ ପରାଜୟ ଭୋଗିଛି।
publive-image

ଏହାସହ ଲାନ୍‌ସର୍ସ ସର୍ବାଧିକ ଗୋଲ୍‌ ବ୍ୟବଧାନରେ ମ୍ୟାଚ୍‌ ଜିତିବାର ରେକର୍ଡ ନିଜ ନାଁରେ କରିଛି। ଦଳ ପକ୍ଷରୁ ଥିଏରୀ ବ୍ରିଙ୍କ୍‌ମ୍ୟାନ୍‌ ୨ଟି ଗୋଲ୍‌(୩ ଓ ୪୭) ଦେଇଥିବାବେଳେ ସଞ୍ଜୟ(୪), ଆଲେକଜାଣ୍ଡାର୍‌ ହେଣ୍ଡ୍ରିକ୍ସ(୬), ନିକୋଲାସ ବନ୍ଦୁରାକ୍‌(୨୯), ବବି ସିଂହ ଧାମୀ(୪୯) ପ୍ରମୁଖ ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ।

ପୂର୍ବ ପ୍ରକାଶିତ ହକି ଇଣ୍ଡିଆ ଲିଗ୍‌ର ମ୍ୟାଚ୍‌ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ତିନିଟି ମ୍ୟାଚ୍‌ର ସମୟକୁ ବଦଳାଯାଇଛି। ପୁରୁଷ ଲିଗ୍‌ର ୨୧ତମ ମ୍ୟାଚ୍‌ କଳିଙ୍ଗ ଲାନ୍‌ସର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ୧୨ ସନ୍ଧ୍ୟା ୬ଟାରେ ଖେଳାଯିବାକୁ ସ୍ଥିରିକୃତ ହୋଇଥିଲା। ତେବେ ଏହି ମ୍ୟାଚ୍‌ ରାତି ୮ଟାରେ ଖେଳାଯିବ। ସେହିଭଳି ରାଞ୍ଚିରେ ସନ୍ଧ୍ୟା ୬ଟାରେ ହେବାକୁ ଥିବା ମହିଳା ଲିଗ୍‌ର ଓଡ଼ିଶା ୱାରିଅର୍ସ‌୍ ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ ମ୍ୟାଚ୍‌ ରାତି ସାଢ଼େ ୮ଟାରେ ଖେଳାଯିବ। ଏତଦ୍‌ବ୍ୟତୀତ ୧୭ ତାରିଖ  ରାତି ୮.୧୫ରେ ହେବାକୁ ଥିବା ପୁରୁଷ ଲିଗ୍‌ର ସୁରମା ହକି କ୍ଲବ ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ମ୍ୟାଚ୍‌ ୨୯ ତାରିଖ ସନ୍ଧ୍ୟା ୬ଟାରେ ଖେଳାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe