ଆଇଏସ୍‌ଏଲ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ, ଓଡ଼ିଶା ଏଫ୍‌ସି ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କଲେ କ୍ରୀଡ଼ାମନ୍ତ୍ରୀ

Advertisment
ଆଇଏସ୍‌ଏଲ୍‌ ପାଇଁ କଳିଙ୍ଗ ପ୍ରସ୍ତୁତ, ଓଡ଼ିଶା ଏଫ୍‌ସି ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁରୋଧ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ଥର ଲାଗି ଆଇଏସ୍‌ଏଲ୍‌ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି। ଏଥି ଲାଗି କଳିଙ୍ଗ ଷ୍ଟାଡିୟମ ପୂରା ପ୍ରସ୍ତୁତ‌ ହୋଇଗଲାଣି। ଶୁକ୍ରବାର ଏଠାରେ ଓଡ଼ିଶା ଏଫ୍‌ସି ନିଜର ପ୍ରଥମ ଘରୋଇ ମ୍ୟାଚ୍‌ ଖେଳିବ। ଏହି ଦଳ ଭେଟିବ ପଡ଼ୋଶୀ ଜାମସେଦପୁର ଏଫ୍‌ସିକୁ। ଏହି ମ୍ୟାଚ୍‌ ଦେଖିବା ଲାଗି ଷ୍ଟାଡିୟମରେ ଅଧିକରୁ ଅଧିକ ଉପସ୍ଥିତ ରହିବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରି ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ନିଜର ଦଳ ଓଡ଼ିଶା ଏଫ୍‌ସି ଶୁକ୍ରବାର ଜାମସେଦପୁର ଏଫ୍‌ସି ବିପକ୍ଷରେ କଳିଙ୍ଗ ‌ଷ୍ଟାଡିୟମରେ ଖେଳିବାକୁ ଯାଉଛି। ତେଣୁ ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ମୋର ଅନୁରୋଧ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ରହି ଓଡ଼ିଶା ଦଳକୁ ସମର୍ଥନ କରନ୍ତୁ। ପୂର୍ବରୁ ଯେଭଳି ହକିକୁ ସମର୍ଥନ କରି ଆସୁଥିଲେ ସେପରି ଜାରି ରଖନ୍ତୁ। ସୂଚନାଯୋଗ୍ୟ ଯେ ଚଳିତ ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ୯ ମ୍ୟାଚ୍‌ ବାହାରେ ଖେଳିବା ପରେ ପ୍ରଥମ ଥର ଲାଗି ଶୁକ୍ରବାର ଘରେ ଖେଳିବ। ବାହାର ୯ ମ୍ୟାଚ୍‌ରୁ ଦଳ ୨ଟି ଜିତିଥିଲା ବେଳେ ୩ ଅମୀମାଂସିତ ଓ ୩ଟିରେ ପରାସ୍ତ ହୋଇ ମୋଟ ୯ ପଏଣ୍ଟ୍‌ ସହ ତାଲିକାର ସପ୍ତମ ସ୍ଥାନରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe