ପାକିସ୍ତାନ ଦଳକୁ ବିରୋଧ କରିବ କଳିଙ୍ଗ ସେନା

Advertisment

ଓସିଏରେ ପୁଣି ବୟସ ଜାଲିଆତି ଅ‌ଭିଯୋଗ

ଓସିଏରେ ପୁଣି ବୟସ ଜାଲିଆତି ଅ‌ଭିଯୋଗ

ପାକିସ୍ତାନ ଦଳକୁ ବିରୋଧ କରିବ କଳିଙ୍ଗ ସେନା

ଭୁବନେଶ୍ବର: ଆସନ୍ତା ମାସ ଭୁବବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ବକପ୍ ବେଳେ ପଡ଼ୋଶୀ ଦେଶ ପାକିସ୍ତାନର ଅଂଶଗ୍ରହଣକୁ ବିରୋଧ କରିବ ରାଜ୍ୟର ଅଗ୍ରଣୀ ସାମାଜିକ ରା‌ଜନୈତିକ ଅନୁଷ୍ଠାନ କଳିଙ୍ଗ ସେନା। ଓଡ଼ିଶାରେ ହକି ବିଶ୍ବକପ୍ ହେଉଥିବାରୁ ଆମେ ଏହାକୁ ସ୍ବାଗତ କରୁଛୁ। କିନ୍ତୁ ପାକିସ୍ତାନକୁ ଛାଡ଼ି ଅନ୍ୟ ସମସ୍ତ ଦଳକୁ ଆମେ ସ୍ବାଗତ କରିବୁ ବୋଲି କହିଛନ୍ତି କଳିଙ୍ଗ ସେନାର ମୁଖ୍ୟ ହେମନ୍ତ ରଥ। ପାକିସ୍ତାନ ଏକ ଆତଙ୍କବାଦୀ ରାଷ୍ଟ୍ର। ଆମ ଦେଶର ସୀମାରେ ସେମାନେ ଭାରତୀୟ ସେନାଙ୍କ ମୁଣ୍ଡ କାଟି ନେଉଛନ୍ତି। ଏହାଠାରୁ ଅଧିକ କିଛି ବର୍ବର କାଣ୍ଡ ହୋଇ ନପାରେ। ସେମାନଙ୍କ ଆଚରଣ ମାନବିକ ଅଧିକାର ଉଲ୍ଲଂଘନ କରୁଛି। ପାକିସ୍ତାନ ଦଳ ଭ୍ୁବନେଶ୍ବର ଆସିଲେ କଳିଙ୍ଗ ସେନା ନିଶ୍ଚିତ ବିରୋଧ କରିବ। ଏହାକୁ ଭ୍ରୁକ୍ଷେପ କରାନଗଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଶ୍ରୀ ରଥ ରଣ ହୁଁଙ୍କାର ଦେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ‌ ବୋଲି ସେ କହିଥିଲେ। ଓଡ଼ିଶା କ୍ରିକେଟ ସଂଘ (ଓସିଏ)ରେ ପୁଣି ବୟସ ଜାଲିଆତି ହୋଇଥିବା ସମ୍ପର୍କରେ ଏକ ମହାଅଭିଯୋଗ ଆଣିବା ଲାଗି ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ରବିବାର ଶ୍ରୀ ରଥ ଏଭଳି କଥା କହିଥିଲେ। ବୟସ ଜାଲିଆତିକୁ ନେଇ ଓସିଏ ବିରୋଧରେ ସିବିିଆଇ ତଦନ୍ତ ଚାଲିଥିଲେ ମଧ୍ୟ ଏହି ପୁରୁଣା ରୋଗ ସମ୍ପୂର୍ଣ୍ଣ ଦୂର ହୋଇନାହିଁ ବୋଲି ଶ୍ରୀ ରଥ କହିଥିଲେ। ରାଜ୍ୟ ୧୬ ବର୍ଷରୁ କମ୍ ଦଳର ଜଣେ ଖେଳାଳି ୨୦୦୧ ମସିହା ଜୁନ ୧୦ ତାରିଖରେ ଜନ୍ମ ହୋଇଥିବା କଟକ ପୌରନିଗମ ୱେବସାଇଟ୍‌ରେ ଥିଲେ ମଧ୍ୟ ଏହାକୁ ଜାଲିଆତି କରି ସମ୍ପୃକ୍ତ ଖେଳାଳି ୨୦୦୩ ମସିହା ନଭେମ୍ବର ୧୦ ତାରିଖରେ ଜନ୍ମ ଗ୍ରହଣ କରିଥିବାର ନକଲି ପ୍ରମାଣପତ୍ର ଓସିଏକୁ ଦେଇଛନ୍ତି। ତାଙ୍କୁ ସଦ୍ୟ ଘୋଷିତ ରାଜ୍ୟ ୧୬ ବର୍ଷରୁ କମ୍ ବିଜୟ ମର୍ଚାଣ୍ଟ ଟ୍ରଫି ଦଳରେ ମଧ୍ୟ ନିଆଯାଇଛି। ଏହାର ସିବିଆଇ ତତନ୍ତ ହେଉ ଏବଂ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଉ ଏବଂ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ହେଉ ବୋଲି ଶ୍ରୀ ରଥ ଦାବି କରିଛନ୍ତି। କଳିଙ୍ଗ ସେନା ପକ୍ଷରୁ ମଧ୍ୟ ଥାନାରେ ନେଇ ଏତାଲା ଦିଆଯିବ‌ ବୋଲି ଶ୍ରୀ ରଥ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ କଳିଙ୍ଗ ସେନାର ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ନିହାର ପାଣି, ନାରୀସେନା ଅଧ୍ୟକ୍ଷା ଶୁଭଦ୍ରା ମିଶ୍ର, ଶୁଭଶ୍ରୀ ପତି, ସମ୍ପାଦକ ଶିବାଶିଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe