ଶନିବାର ଆର୍ଜେଣ୍ଟିନା ବିପକ୍ଷରେ ଦୁଇଟି ଗୋଲ୍ ଦେଇ ଫ୍ରାନ୍ସର ୧୯ ବର୍ଷୀୟ ଅଗ୍ରଭାଗ ଖେଳାଳି କିଲିଆନ୍ ଏମ୍ବାପେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ସହ ସମକକ୍ଷ ହୋଇଥିଲେ। କିଶୋର ଭାବେ ବିଶ୍ୱକପ୍ର ଗୋଟିଏ ମ୍ୟାଚ୍ରେ ଦୁଇଟି ଗୋଲ୍ ଦେବାରେ ସେ ପେଲେଙ୍କ ପରେ ଦ୍ୱିତୀୟ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ଏହା ପୂର୍ବରୁ ପେରୁ ବିପକ୍ଷ ଲିଗ୍ ମ୍ୟାଚ୍ରେ କୌଣସି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଗୋଲ୍ କରିବାରେ ସେ ମଧ୍ୟ ଫ୍ରାନ୍ସର ସର୍ବକନିଷ୍ଠ ଖେଳାଳି ମୁକୁଟ ହାସଲ କରିଥିଲେ। ୬୦ ବର୍ଷ ତଳେ ଅର୍ଥାତ୍ ୧୯୫୮ ସ୍ୱିଡେନ୍ ବିଶ୍ୱକପ୍ରେ ପେଲେ ମାତ୍ର ୧୭ ବର୍ଷ ୮ ମାସ ବୟସରେ ଆୟୋଜକ ସ୍ୱିଡେନ୍ ବିପକ୍ଷରେ ଦୁଇଟି ଗୋଲ୍ ଦେଇ ଚହଳ ସୃଷ୍ଟି କରିଥିଲେ। ତେବେ ବିଶ୍ୱକପ୍ର ଗୋଟିଏ ମୁକାବିଲାରେ ଦୁଇଟି ଗୋଲ୍ ଦେବାରେ ପେଲେ ଏବେ ବି ସର୍ବକନିଷ୍ଠ ଖେଳାଳି ହୋଇ ରହିଛନ୍ତି। ଶନିବାର କୌଣସି ବିଶ୍ୱକପ୍ ମ୍ୟାଚ୍ର ୯୦ ମିିନିଟ୍ ଖେଳରେ ଫ୍ରାନ୍ସ ପ୍ରଥମ ଥର ପାଇଁ ୪-୩ ଗୋଲ୍ରେ ବିଜୟ ହାସଲ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us