କମଳା ପରିଡ଼ା ଓ ଅମରେନ୍ଦ୍ର ବଳ ସ୍ମାରକୀ କ୍ରିକେଟ୍‌: ଆଲ୍‌ଫା ସ୍ପୋର୍ଟିଂ, ରାମେଶ୍ବର ବିଜୟୀ

ରାମେଶ୍ବର ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଚାଲିଥିବା ଡବଲ୍‌ ଜୁନିଅର୍ କ୍ରିକେଟ୍ ପ୍ରତିଯୋଗିତାରେ ବୁଧବାର ବ୍ରହ୍ମପୁରର ଆଲ୍‌ଫା ସ୍ପୋର୍ଟିଂ ଓ ରାମେଶ୍ବର ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। କମଳା ପରିଡ଼ା (୧୮ ବର୍ଷରୁ କମ୍) ସ୍ମାରକୀ ପ୍ରତିଯୋଗିତାରେ....

asas56ds

ଭୁବନେଶ୍ବର: ରାମେଶ୍ବର ସ୍ପୋର୍ଟିଂ କ୍ଲବ୍ ପକ୍ଷରୁ ଚାଲିଥିବା ଡବଲ୍‌ ଜୁନିଅର୍ କ୍ରିକେଟ୍ ପ୍ରତିଯୋଗିତାରେ ବୁଧବାର ବ୍ରହ୍ମପୁରର ଆଲ୍‌ଫା ସ୍ପୋର୍ଟିଂ ଓ ରାମେଶ୍ବର ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। କମଳା ପରିଡ଼ା (୧୮ ବର୍ଷରୁ କମ୍) ସ୍ମାରକୀ ପ୍ରତିଯୋଗିତାରେ ଆଲ୍‌ଫା ସ୍ପୋର୍ଟିଂ ୧୦୯ ରନ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରିଛି। ଆଲ୍‌ଫା ସ୍ପୋର୍ଟିଂ ନିର୍ଦ୍ଧାରିତ ୩୦ ଓଭରରେ ୨୨୦/୯ କରିଥିଲା। ସମରପ୍ରୀତ ପାରେଲ ୮୬, ଆଦର୍ଶ ପଟ୍ଟନାୟକ ୪୨ ରନ୍‌ କରିଥିଲା ବେଳେ ଟାଉନ କ୍ଲବ୍‌ର ଆୟୁଷ ଅମ୍ଳାନ ୪ ୱିକେଟ୍‌ ନେଇଥିଲେ। ଜବାବରେ ଉଦିତ ଜାଟ (୬-୨-୧୬-୫)ଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ଟାଉନ୍‌ କ୍ଲବ୍‌ ୨୬.୨ ଓଭରରେ ୧୧୧ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଉଦିତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର କମଳା ପରିଡ଼ାଙ୍କ ପୁଅ ଶିଳ୍ପପତି ଅମରେଶ ପରିଡ଼ା ପ୍ରଦାନ କରିଥିଲେ। 

ଅମରେନ୍ଦ୍ର ପ୍ରସାଦ ବଳ (୧୫ ବର୍ଷରୁ କମ୍) ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାର ଏକ ମ୍ୟାଚ୍‌ରେ ରାମେଶ୍ବର ୨ ୱିକେଟ୍‌ରେ ସହିଦ ସ୍ପୋର୍ଟିଂକୁ ପରାସ୍ତ କରିଛି। ସହିଦ ସ୍ପୋଟିଂ ନିର୍ଦ୍ଧାରିତ ୨୦ ଓଭରରେ ୧୩୧/୭ କରିଥିଲା। ଆଦିତ୍ୟ ରାଜ ମିଶ୍ର ୩୦ ରନ୍‌ କରିଥିଲା ବେଳେ ରାମେଶ୍ବରର ବିମଳଜ୍ୟୋତି ବେହେରା ଓ ଆହ୍ବାନ ମିଶ୍ର ୨ ୱିକେଟ୍‌ ଲେଖାଏଁ ନେଇଥିଲେ। ଜାବାବରେ ଆକାଶ ସାହୁଙ୍କ ୩୬ ଓ ଲିନ‌ନୀଲ ମେହେରଙ୍କ ୨୪ ରନ୍‌ ବଳରେ ରାମେଶ୍ବର ୧୯ ଓଭରରେ ୮ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସହିଦ ସ୍ପୋଟିଂର ଓମ୍‌ ପ୍ରକାଶ ୩ ୱିକେଟ୍‌ ନେଇଥିଲେ। ଆକାଶ ସାହୁ ଓ ଆହ୍ବାନ ମିଶ୍ର ମିଳିତ ଭାବେ ମ୍ୟାଚ୍‌ର ଶ୍ରେ‌ଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଭୟଙ୍କୁ ଅମରେନ୍ଦ୍ର ପ୍ରସାଦ ବଳଙ୍କ ଭାଇ ବିଏସ୍‌ଏନ୍‌ଏଲ୍‌ ଓଡ଼ିଶାର ସହଯୋଗୀ ମହାପ୍ରବନ୍ଧକ ଅରବିନ୍ଦ ପ୍ରସାଦ ବଳ ପ୍ରଦାନ କରିଥିଲେ। ଜୟନ୍ତ ପ୍ରଧାନ ଓ ଗୌତମ ଗୋପାଳ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe