ଦେବାଶିଷଙ୍କ ସ୍ଥାନ ନେଇପାରନ୍ତି କାମ୍ବଲି

Advertisment
ଦେବାଶିଷଙ୍କ ସ୍ଥାନ ନେଇପାରନ୍ତି କାମ୍ବଲି

Deccan Chronicle

ମୁମ୍ବାଇ: ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବି‌ନୋଦ କାମ୍ବଲି ଜାତୀୟ କନି‌ଷ୍ଠ କ୍ରିକେଟ୍‌ ଦଳର ଚୟନକର୍ତ୍ତା ଲାଗି ଅବେଦନ କରିଛନ୍ତି। ବିସିସିଆଇ ଏପ୍ରିଲ ୧୪ ତାରିଖରେ ୫ କନିଷ୍ଠ ଜାତୀୟ ଚୟନକର୍ତ୍ତା ଲାଗି ଆବେଦନ ଆହ୍ବାନ କରିଥିଲା। ଆବେଦନ କରିବାର ଶେଷ ତାରିଖ ଏପ୍ରିଲ ୨୬ ରହିଥିଲା। ଏହି ପଦ ପାଇଁ କାମ୍ବଲି ଆବେଦନ କରିଥିବା ନେଇ ସୋମବାର ସ୍ପଷ୍ଟ କରିଛନ୍ତି। ‘‘ଭାରତୀୟ କ୍ରିକେଟ୍‌ ପାଇଁ କିଛି କରିବାକୁ ଚାହୁଁଥିବାରୁ ଏହି ପଦ ପାଇଁ ଆବେଦନ କରିଛି। ଦଳର ବେଞ୍ଚ୍‌ ଷ୍ଟ୍ରେନ୍ଥ ଦୃଢ଼ ଉପ‌ରେ ଗୁରୁତ୍ବ ଦେବି। ତୃଣମୂଳସ୍ତରରୁ ଯୁବ ତାରକାଙ୍କୁ ଖୋଜିବାରେ ବିସିସିଆଇକୁ ସହଯୋଗ କରିବି’’ ବୋଲି ୯୦ ଦଶକରେ ଭାରତ ପକ୍ଷରୁ ୧୭ ଟେଷ୍ଟ୍‌ ଓ ୧୪୦ ଦିନିକିଆ ଖେଳିଥିବା ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ କହିଛନ୍ତି। ପୂର୍ବରୁ ବିସିସିଆଇ କନିଷ୍ଠ ଚୟନ ସମିତିରେ ଆଶିଷ କାପୁର୍‌ ଅଧ୍ୟକ୍ଷତା କରିଥିବା‌ବେଳେ ଜ୍ଞାନେନ୍ଦ୍ର ପାଣ୍ଡେ, ରାକେଶ ପରେଖ, ଦେବାଶିଷ ମହାନ୍ତି ସଦସ୍ୟ ଥିଲେ।

ଦେବା‌ଶିଷ ମହାନ୍ତି ଗୋଟିଏ ବର୍ଷ ପୂର୍ବରୁ ବରିଷ୍ଠ ଚୟନକର୍ତା ନିଯୁକ୍ତ ହୋଇଥିବାରୁ ତାଙ୍କ ସ୍ଥାନରେ କାମ୍ବିଲି ମନୋନୀତ ହେବା ସମ୍ଭାବନା ରହିଛି। କାମ୍ବଲି ସଂପ୍ରତି ମୁମ୍ବାଇ କ୍ରିକେଟ ସଂଘ (ଏମ୍‌ସିଏ)ର କ୍ରିକେଟ୍‌ ବିକାଶ ସମିତି (ସିଆଇସି)ର ସଦସ୍ୟ ଅଛନ୍ତି। ୪୯ ବର୍ଷୀୟ ଏହି ମୁମ୍ବାଇ ତାରକା ଟେଷ୍ଟ୍‌ରେ ୪ ଶତକ ସହ ୧୦୮୪, ଦିନିକିଆରେ ୨ ଶତକ ଓ ୧୪ ଅର୍ଦ୍ଧଶତକ ସହ ୨୪୭୭ ରନ୍‌ କରିଛନ୍ତି। ୧୨୯ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ସେ ୩୫ ଶତକ ଓ ୪୪ ଅର୍ଦ୍ଧଶତକ ସହ ୫୯.୬୭ ହାରରେ ୯୯୬୫ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe