ଡାକ୍ତରଖାନାରୁ ଫେରିଲେ କାମ୍ବଲି

Advertisment

ଅସୁସ୍ଥ ଥିବା ପୂର୍ବତନ ଭାରତୀୟ ବ୍ୟାଟର୍‌ ବିନୋଦ କାମ୍ବଲି  ପ୍ରାୟ ୨ ସପ୍ତାହ ପରେ ବୁଧବାର ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ମୂତ୍ରାଶୟ ସଂକ୍ରମଣ କାରଣରୁ ୫୨ ବର୍ଷୀୟ କାମ୍ବଲି ଭିୱାଣ୍ଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଅସୁସ୍ଥ ଥିବା ପୂର୍ବତନ ଭାରତୀୟ ବ୍ୟାଟର୍‌ ବିନୋଦ କାମ୍ବଲି  ପ୍ରାୟ ୨ ସପ୍ତାହ ପରେ ବୁଧବାର ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ମୂତ୍ରାଶୟ ସଂକ୍ରମଣ କାରଣରୁ ୫୨ ବର୍ଷୀୟ କାମ୍ବଲି ଭିୱାଣ୍ଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

fhffhfh

ନୂଆଦିଲ୍ଲୀ: ଅସୁସ୍ଥ ଥିବା ପୂର୍ବତନ ଭାରତୀୟ ବ୍ୟାଟର୍‌ ବିନୋଦ କାମ୍ବଲି  ପ୍ରାୟ ୨ ସପ୍ତାହ ପରେ ବୁଧବାର ଡାକ୍ତରଖାନାରୁ ଘରକୁ ଫେରିଛନ୍ତି। ମୂତ୍ରାଶୟ ସଂକ୍ରମଣ କାରଣରୁ ୫୨ ବର୍ଷୀୟ କାମ୍ବଲି ଭିୱାଣ୍ଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଚାଲିଥିଲା ବେଳେ ତାଙ୍କ ମସ୍ତିଷ୍କରେ ରକ୍ତଜମାଟ ବାନ୍ଧିଥିବା ଜଣାପଡ଼ିଥିଲା। ତେଣୁ ତାଙ୍କ ଚିକିତ୍ସା ଅବଧି ବଢ଼ିଥିଲା। ସୁସ୍ଥ ହେବାରୁ ବୁଧବାର ୪ଟା ବେଳେ ସେ ଡାକ୍ତରଖାନା ଛାଡ଼ି ଘରକୁ ଫେରିଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି ଡାକ୍ତର ବିବେକ ତ୍ରିବେଦୀ କହିଛନ୍ତି।

ଡାକ୍ତରଖାନାରୁ ବାହାରିବା ପରେ ସାମ୍ବାଦିକଙ୍କ ସମ୍ମୁଖରେ କାମ୍ବଲି ଲୋକଙ୍କୁ ନିବେଦନ କରିଛନ୍ତି ଯେ ‘ନିଶା ସେବନ ଓ ମଦ୍ୟପାନରୁ ଦୂରେଇ ରୁହ’। ସାମାଜିକ ଗଣମାଧ୍ୟମରେ ଏହି ପୂର୍ବତନ କ୍ରିକେଟର୍‌ ଭାରତୀୟ ଜର୍ସି ପିନ୍ଧି ଏକ ବ୍ୟାଟ୍‌ ଧରି ଡାକ୍ତରଖାନାରୁ ବାହାରୁ ଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଯାହାକୁ ଅନେକ ଲାଇକ୍‌ ମିଳିବା ସହ କାମ୍ବଲିଙ୍କୁ ସୁସ୍ଥ ଜୀବନ ଲାଗି ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe