ନୂଆଦିଲ୍ଲୀ: ନେପାଳ ପର୍ବତାରୋହୀ କାମି ରିତା ସେର୍ପା ଏଭେରେଷ୍ଟ୍ ଆରୋହଣ କରିବାରେ ଇତିହାସ ରଚିଛନ୍ତି। ମଙ୍ଗଳବାର ୫୦ ବର୍ଷୀୟ ସେର୍ପା ବିଶ୍ବର ପ୍ରଥମ ବ୍ୟକ୍ତି ଭାବେ ୨୪ ଥର ଲାଗି ଏଭେରେଷ୍ଟ୍ ଅରୋହଣ କରିବାର ସଫଳତା ପାଇଥିଲେ। ଭାରତୀୟ ପୁଲିସ ଦଳ ସହ ସେ ଏହି ଆହୋରଣରେ ସାମିଲ ହୋଇଥିଲେ। ଗତ ୧୫ ତାରିଖରେ ସେ ୮୮୪୮ ମିଟର ଉଚ୍ଚତା ଚଢ଼ି ସର୍ବାଧିକ ଥର ଏଭେରେଷ୍ଟ୍ ଆରୋହଣର କୀର୍ତିମାନ କରିଥିଲେ। ୧୯୯୪ ମସିହାରୁ ସେ ଏଭେରେଷ୍ଟ ଆରୋହଣ ଆରମ୍ଭ କରିଥିଲେ।
ଏଭେରେଷ୍ଟ୍ ଚଢ଼ିବାରେ ଇତିହାସ ରଚିଲେ କାମି
Advertisment
Follow Us