ଆଇଟା ସିଏସ୍‌ ୭ରେ କମଲେଶଙ୍କ କମାଲ

Advertisment
ଆଇଟା ସିଏସ୍‌ ୭ରେ କମଲେଶଙ୍କ କମାଲ

ଭୁବନେଶ୍ବର: ଓଡ଼ିଆ ପୁଅ କମଲେଶ ରଥ ପଞ୍ଜାବର ଜଳନ୍ଧରସ୍ଥିତ ସ୍ନିଗ୍ଧା ଟେନିସ ଏକାଡେମିଠାରେ ଆୟୋଜିତ ଆଇଟା ସିଏସ୍‌-୭ ୧୬ ଓ ୧୮ ବର୍ଷରୁ କମ୍‌ ପ୍ରତିଯୋଗିତାରେ କମାଲ କରିଛନ୍ତି। ୧୬ ବର୍ଷରୁ କମ୍‌ ବାଳକ ଏକକରେ ସେ ଉପବିଜେତା ଏବଂ ୧୮ ବର୍ଷରୁ କମ୍‌ ବାଳକ ଯୁଗଳରେ ବିଜେତା ହୋଇଥିଲେ। ୧୬ ବର୍ଷରୁ କମ୍‌ ବାଳକ ଏକକ ବର୍ଗ ଫାଇନାଲ୍‌ରେ କମଲେଶ କଡ଼ା ସଂଘର୍ଷ କରି ୬-୪, ୨-୬, ୪-୬ ସେଟ୍‌ରେ ଉଦୟ ବାତ୍ରାଙ୍କଠୁ ପରାସ୍ତ ହୋଇଥିଲେ। ହେଲେ ୧୮ ବର୍ଷରୁ କମ୍‌ ବାଳକ ଯୁଗଳରେ ସେ ଓ ତାଙ୍କ ସାଥୀ ପୁଷ୍କର ଶ୍ରୀବାସ୍ତବ ୬-୧, ୪-୬, ୧୦-୭ ସେଟ୍‌ରେ ଅକ୍ଷତ ଶର୍ମା ଓ ଯୁବରାଜ ଭରଦ୍ବାଜଙ୍କୁ ହରାଇ ଟ୍ରଫି କରାୟତ୍ତ କରିଥିଲେ। ଏହି ପ୍ରତିଯୋଗିତାରୁ ସେ ଏକକରେ ୨୦ ଏବଂ ଯୁଗଳରେ ୨୫ ଆଇଟା ପଏଣ୍ଟ୍‌ ପକେଟସ୍ଥ କରିଛନ୍ତି।

ଅଭିପ୍ସାଙ୍କୁ ଲଗାତାର ଟ୍ରଫି

ଭୁବନେଶ୍ବର: ହାଇଦ୍ରାବାଦରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ୍ ସଂଘର ସିଏସ୍-୭ ପ୍ରତିଯୋଗିତାରେ ଓଡ଼ିଆ ଝିଅ ଅଭିପ୍ସା ଦେହୁରୀ ଲଗାତାର ଦୁଇ ସପ୍ତାହରେ ଦୁଇଟି ଟ୍ରଫି ଜିତିଛନ୍ତି। ତାମିଲନାଡୁର ବସୁନ୍ଧରା ବାଲାଜୀଙ୍କୁ ସାଥି କରି ୧୨ ଓ ୧୪ ବର୍ଷରୁ କମ୍ ବାଳିକା ଯୁଗଳ ଟ୍ରଫି ଜିତିଛନ୍ତି। ପୂର୍ବ ସପ୍ତାହରେ ଏହି ଯୋଡ଼ି ୧୨ ବ‌ର୍ଷରୁ କମ୍‌ ବାଳିକା ଯୁଗଳ ଫାଇନାଲ୍‌ରେ ଆନ୍ଧ୍ରପ୍ରଦେଶର ସୃଷ୍ଟି-କିରଣଙ୍କୁ ୬-୨, ୭-୬, ୧୪-୧୨ରେ ପରାସ୍ତ କରିଥିଲେ। ବିଦାୟୀ ସପ୍ତାହରେ ଅନୁଷ୍ଠିତ ୧୪ ବର୍ଷରୁ କମ୍‌ ଫାଇନାଲ୍‌ରେ ଅଭିପ୍ସ-ବସୁନ୍ଧରା ୬-୦, ୪-୬, ୧୦-୫ରେ ତେଲେଙ୍ଗାନା ଯୋଡ଼ି ୟାଶିତା ଓ ମେହେରାଙ୍କୁ ମାତ୍‌ ଦେଇଥିଲେ। ଉଭୟ ପ୍ରତ‌ିଯୋଗିତାର ଏକକ ବର୍ଗରେ ଅଭିପ୍‌ସା କ୍ବାର୍ଟର ଫାଇନାଲରୁ ବିଦାୟ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe