ରାଜ୍ୟ ସିପକ୍ ଟାକ୍ରୋ ଜୁନିୟର ଦଳ ଚୟନ ଶିବିରରେ କନ୍ଧମାଳର ସ୍ୱାଧିନ ଦେହୁରୀ ଏବଂ ରେଖା ପ୍ରଧାନ

କନ୍ଧମାଳ ଜିଲ୍ଲା ଗୁଟିଙ୍ଗିଆ ଉଚ୍ଚବିଦ୍ୟାଳୟର ଛାତ୍ର ସ୍ୱାଧିନ ଦେହୁରୀ ଏବଂ ଜିରିଡିକିଆ ଗ୍ରାମ ବଣ୍ଡଗୁଡା ପଞ୍ଚାୟତର ଛାତ୍ରୀ ରେଖା ପ୍ରଧାନ ଓଡିଶା ରାଜ୍ୟ ସିପକ୍ ଟାକ୍ରୋ ଆସୋସିଏସନ ବାରବାଟି ଷ୍ଟାଡିୟମ, କଟକ ସମ୍ପାଦକଙ୍କ ଡାକରା ପାଇଛନ୍ତି...

Kandhamal's Swadhin Dehuri and Rekha Pradhan at State SIPOC Tacro Junior Team Selection Camp

Kandhamal's Swadhin Dehuri and Rekha Pradhan at State SIPOC Tacro Junior Team Selection Camp Photograph: (sambad.in)

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଗୁଟିଙ୍ଗିଆ ଗ୍ରାମର ଅନନ୍ତ ଦେହୁରୀଙ୍କ ପୁଅ ତଥା ଗୁଟିଙ୍ଗିଆ ଉଚ୍ଚବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର  ସ୍ୱାଧିନ ଦେହୁରୀ  ଏବଂ  ଜିରିଡିକିଆ ଗ୍ରାମ ବଣ୍ଡଗୁଡା ପଞ୍ଚାୟତ ନିବାସି  ପରିକ୍ଷୀତ ପ୍ରଧାନ ଏବଂ ଶ୍ରୀମତୀ ମୈନା ପ୍ରଧାନଙ୍କ  ଝିଅ  ତଥା ହାୟର ସେକଣ୍ଡାରୀ ସ୍କୁଲ ସାରଙ୍ଗଡରେ  ଅଧ୍ୟୟନରତ +୨ଶ୍ରେଣୀର ଛାତ୍ରୀ ରେଖା ପ୍ରଧାନ ଶନିବାର ଓଡିଶା ରାଜ୍ୟ ସିପକ୍ ଟାକ୍ରୋ  ଆସୋସିଏସନ ବାରବାଟି ଷ୍ଟାଡିୟମ, କଟକ  ସମ୍ପାଦକ  ପୣଥ୍ବୀରାଜ ସାହୁଙ୍କ ଦ୍ଵାରା ଡାକରା ପାଇଛନ୍ତି।

ସେମାନେ ୧୯ ଠାରୁ ୨୯  ତାରିଖ ପଯ୍ୟନ୍ତ   ବାରବାଟି ଷ୍ଟାଡିୟମରେ  ଆୟୋଜିତ ଜୁନିୟର ଓଡିଶା ରାଜ୍ୟ  ସିପକ୍ ଟାକ୍ରୋ ଦଳ ଚୟନ ଶିବିରରେ ଅଂଶଗ୍ରହଣ କରିବା ପାଇଁ ଶନିବାର କଟକ ଯାତ୍ରା କରିଛନ୍ତି। ଦୁହେଁ କନ୍ଧମାଳର  ପ୍ରଥମ ଜୁନିୟର ଖେଳାଳି।

ସେମାନେ ରାଜ୍ୟ ସିପକ୍ ଟାକ୍ରୋ ଖେଳର  ଚୟନ ଶିବିରରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ଥର କନ୍ଧମାଳ ଜିଲ୍ଲା ସିପକ୍ ଟାକ୍ରୋ ଆସୋସିଏସନ, ଗ୍ରେସିଙ୍ଗିଆ ଗ୍ରାମ ପଞ୍ଚାୟତ ୟୁଥ ସ୍ପୋର୍ଟସ ଏଣ୍ଡ କଲଚୁରାଲ କ୍ଲବର ମିଳିତ ଉଦ୍ୟମରେ ଏବଂ ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମସ୍ ଏକାଡେମୀର  ସହଯୋଗରେ ଦୁଇଦିନ ଧରି ୨୩ତମ ରାଜ୍ୟସ୍ତରୀୟ ଜୁନୀୟର ସିପକ ଟାକ୍ରୋ ପ୍ରତିଯୋଗିତା-୨୦୨୪-୨୫  ଓଡିଶା ରାଜ୍ୟ ସିପକ ଟାକ୍ରୋ   ଆସୋସିଏସନ କଟକର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ପ୍ରଶାସନ କିଣୁନି ଧାନ: ରାସ୍ତାରୋକ କଲେ ଚାଷୀ

କନ୍ଧମାଳ ଜିଲ୍ଲାରେ ଲୁକାୟିତ ଭାବେ ଥିବା ଆର୍ଥକ ଅନଟନଗ୍ରସ୍ତ  ପ୍ରତିଭା ସମ୍ପନ୍ନ କ୍ରୀଡାବିତ୍‌ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଦକ୍ଷ ପ୍ରଶିକ୍ଷଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରି ରାଜ୍ୟସ୍ତରୀୟ ଚୟନକର୍ତ୍ତାମାନଙ୍କ ଦୣଷ୍ଟି ଆର୍କଷଣ କରିବା ପାଇଁ ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ  ପ୍ରତିଯୋଗିତା ରେ ଅଂଶଗ୍ରହଣର ସୁଯୋଗ ପ୍ରଦାନ କରି ରାଜ୍ୟ ଓ ରାଷ୍ଟ୍ରକୁ ଦକ୍ଷ କ୍ରୀଡାବିତ୍ ପ୍ରଦାନ କରିବାର ଲକ୍ଷ୍ୟ ନେଇ ଜିଲ୍ଲାର ସମାଜସେବୀ ତଥା ର୍ପୂବତନ କ୍ରୀଡାବିତ୍ ମହମ୍ମଦ ଜିଆଉଦ୍ଧିନ୍ ନିଜସ୍ୱ ପ୍ରୟାସରେ  ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ଏଣ୍ଡ ଗେମସ୍ ଏକାଡେମୀ  ସ୍ଥାପନା କରି  ବିଭିନ୍ନ ଖେଳରେ ଜାତୀୟ ଏବଂ ଅନ୍ତର୍ଜାତୀୟ  ଖେଳାଳି  ସୣଷ୍ଟି କରିବାର ପ୍ରୟାସରେ ସ୍ୱାଧିନ  ସଫଳତା ପାଇଛନ୍ତି।

ଏହା  ଅନୁଷ୍ଠାନର ସଫଳତା ଵୋଲି ଜିଆଉଦ୍ଧିନ୍ କହିଛନ୍ତି। ସ୍ୱାଧିନଙ୍କ ଏହି ସଫଳତା ପାଇଁ  ପ୍ରଶିକ୍ଷକ ପ୍ରଭାକର ପାଠୀ,ସ୍ଥାନୀୟ ବିଧାୟକ  ପ୍ରଫୁଲ  ପ୍ରଧାନ, ସରପଞ୍ଚ  ଶ୍ରୀମତୀ ଆକାଂକ୍ଷା ପ୍ରଧାନ,  ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ  ସାଧବାଣୀ   ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ବିପିନ୍ ବିହାରୀ ନାୟକଙ୍କ ସମେତ ଅଞ୍ଚଳବାସୀ  ଶୁଭେଛା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ଶାକାହାରୀମାନଙ୍କୁ କ୍ଷମା ମାଗିଲେ ଜୋମାଟୋ ସିଇଓ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe