ଆଫ୍ରିଦିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଲେ କାନେରିଆ

Advertisment

ପାକିସ୍ତାନର ପୂର୍ବତନ ଲେଗ୍ ସ୍ପିନର୍ ଦାନିଶ କାନେରିଆ ନିଜ ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଆଫ୍ରିଦି ତାଙ୍କ ଉପରେ ଧର୍ମପରିବର୍ତ୍ତନ କରିବାକୁ ଅହେତୁକ ଚାପ ପକାଉଥିଲେ...

ପାକିସ୍ତାନର ପୂର୍ବତନ ଲେଗ୍ ସ୍ପିନର୍ ଦାନିଶ କାନେରିଆ ନିଜ ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଆଫ୍ରିଦି ତାଙ୍କ ଉପରେ ଧର୍ମପରିବର୍ତ୍ତନ କରିବାକୁ ଅହେତୁକ ଚାପ ପକାଉଥିଲେ...

gdgcvvf

ଲଣ୍ଡନ: ପାକିସ୍ତାନର ପୂର୍ବତନ ଲେଗ୍ ସ୍ପିନର୍ ଦାନିଶ କାନେରିଆ ନିଜ ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଆଫ୍ରିଦି ତାଙ୍କ ଉପରେ ଧର୍ମପରିବର୍ତ୍ତନ କରିବାକୁ ଅହେତୁକ ଚାପ ପକାଉଥିଲେ ବୋଲି ଆମେରିକାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଅଭିଯୋଗ କରିଛନ୍ତି ସେ। କାନେରିଆ କହିଛନ୍ତି, ପାକିସ୍ତାନରେ ଆମେ ସମ୍ମୁଖୀନ ହୋଇଥିବା ଭେଦବାଦ ବିଷୟରେ କହିବାକୁ ଆମେ ସମସ୍ତେ ଏକତ୍ର ହୋଇଛେ। ମୁଁ ମଧ୍ୟ ସେଠାରେ ମାନସିକ ଶୋଷଣ ଓ ଅସହ୍ୟ ଭେଦବାଦର ଶିକାର ହୋଇଥିଲି। ମୋତେ ଯେତିକି ସମ୍ମାନ ମିଳିବା କଥା ମିଳୁ ନଥିଲା।

 ଏହି ବିଷୟରେ ସଚେତନତା ସୃଷ୍ଟି କରିବାକୁ ମୁଁ ଆଜି ଏଠାକୁ ଆସିଛି। ପାକିସ୍ତାନ ଅଧିନାୟକଙ୍କ ମଧ୍ୟରୁ ଇଞ୍ଜାମାମ-ଉଲ୍-ହକ୍ ମୋତେ କିଛିଟା ସମର୍ଥନ କରିଥିଲେ। ଆଫ୍ରିଦି ଓ ଅଖତରଙ୍କ ଭଳି ଖେଳାଳି ମୋ‌ତେ ନିୟମିତ ଭାବେ ହଇରାଣ କରୁଥିଲେ। ସେମାନେ ମୋ ସହ ଖାଉ ନଥିଲେ। ବରଂ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ। ଅନିଲ ଦଲପତଙ୍କ ପରେ କାନେରିଆ ଦ୍ବିତୀୟ ହିନ୍ଦୁ କ୍ରିକେଟର୍ ଭାବେ ପାକିସ୍ତାନ ଦଳରୁ ଖେଳିଥିଲେ। ସେ ୬୧ ଟେଷ୍ଟ୍‌ରେ ପାକିସ୍ତାନର ପ୍ରତିନିଧିତ୍ବ କରିଛନ୍ତି। ୧୮ ଦିନିକିଆ ମଧ୍ୟ ଖେଳିଛନ୍ତି। ଟେଷ୍ଟ୍‌ରେ ୧୫ ଥର ପାଞ୍ଚ ୱିକେଟ୍ ସଫଳତା ସହ ୨୬୧ ୱିକେଟ୍ କରାୟତ୍ତ କରିଛନ୍ତି ସେ। ‌ତେବେ ସ୍ପଟ୍ ଫିକ୍ସିଂ ମାମଲାରେ ‌ଦୋଷୀ ସାବ୍ୟସ୍ତ ହେବା ପରେ ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ୍ ବୋର୍ଡ ତାଙ୍କୁ ଆଜୀବନ ବାସନ୍ଦ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe