ମୁମ୍ବାଇ: କିମ୍ବଦନ୍ତୀ କ୍ରିକେଟ୍ ଅଲରାଉଣ୍ଡର କପିଳ ଦେବଙ୍କ ଜୀବନୀକୁ ନେଇ ପ୍ରସ୍ତୁତି ହେଉଥିବା ବଲିଉଡ୍ ଚଳଚ୍ଚିତ୍ର ‘୮୩’ ଆସନ୍ତାବର୍ଷ ଅଗଷ୍ଟ ୩୦ ତାରିଖରେ ମୁକ୍ତିଲାଭ କରିବ। ରଣବୀର ସିଂହ ଏଥିରେ କପିଳଙ୍କ ଚରିତ୍ରରେ ଦେଖାଯିବେ। କବୀର ଖାନଙ୍କ ନିର୍ଦେଶନାରେ ନିର୍ମାଣ ହେଉଥିବା ଏହି ପ୍ରତୀକ୍ଷିତ ଚଳଚ୍ଚିତ୍ରକୁ ରିଲାଏନ୍ସ ଏଣ୍ଟରଟେନମେଣ୍ଡ କଂପାନି ପ୍ରଯୋଜନା କରୁଛି। ଏହି ଚଳଚ୍ଚିତ୍ରରେ କପିଳଙ୍କ କ୍ରିକେଟ୍ ଜୀବନ ସହ ୧୯୮୩ ବିଶ୍ୱକପ୍ ଫାଇନାଲରେ ଭାରତ କିଭଳି ଭାବେ ଦୁର୍ଦ୍ଧର୍ଷ େଓ୍ଵଷ୍ଟଇଣ୍ଡିଜକୁ ହରାଇ ବିଜେତା ଆଖ୍ୟା ଅର୍ଜନ କରିଥିଲା ତାକୁ ନିଖୁଣ ଭାବେ ଦର୍ଶାଯିବ।
ଆସନ୍ତାବର୍ଷ ମୁକ୍ତିଲାଭ କରିବ କପିଳଙ୍କ ‘୮୩’
Advertisment
Follow Us