କ୍ରିକେଟରୁ ଅବସର ନେବାର ୨୪ ବର୍ଷ ପରେ ‘ଓ୍ଵାଲର୍ଡ କପ୍‌’ ବିଜେତା କପିଳ ଦେବ ଦେଶ ପାଇଁ ଖେଳିବେ ଗଲ୍ଫ ଟୁର୍ଣ୍ଣାମେଣ୍ଟ

Advertisment

୨୦୧୮ ଜାପାନ ଗଲ୍ଫ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ସାମିଲ

୨୦୧୮ ଜାପାନ ଗଲ୍ଫ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ସାମିଲ

କ୍ରିକେଟରୁ ଅବସର ନେବାର ୨୪ ବର୍ଷ ପରେ ‘ଓ୍ଵାଲର୍ଡ କପ୍‌’ ବିଜେତା କପିଳ ଦେବ ଦେଶ ପାଇଁ ଖେଳିବେ ଗଲ୍ଫ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ମନେପଡେ ୧୯୮୩ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌। ଜୁନରେ ହୋଇଥିବା ଆଇସିସିର ଫାଇନାଲ ମ୍ୟାଚରେ କପିଳ ଦେବଙ୍କ ନେତୃତ୍ୱରେ ଭାରତ ୪୩ ରନ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତକୁ ଚାମ୍ପିଅନ୍‌ କରାଇଥିଲେ। ଏହା ଥିଲା ଭାରତ ପାଇଁ ପ୍ରଥମ ବିଶ୍ୱକପ୍‌ ଚାମ୍ପିଅନ୍‌ ଟ୍ରଫି। ଭାରତୀୟ କ୍ରିକେଟରୁ କପିଳ ଦେବ ୨୪ ବର୍ଷ ତଳେ ଅବସର ନେଇ ସାରିଛନ୍ତି। ସେ ଏବେ ୫୯ ବର୍ଷ ବୟସରେ ଜାପାନରେ ହେବାକୁ ଗଲ୍ଫ ଟୁର୍ଣ୍ଣାମେଣ୍ଟରେ ଭାରତୀ ଦଳ ପକ୍ଷରୁ ମ୍ୟାଚ ଖେଳିବେ।

ଅଲ୍‌ରାଉଣ୍ଡର କପିଳ ଦେବଙ୍କୁ ଜାତୀୟ ଟିମ୍‌ରେ ଖେଳିବାର ସୁଯୋଗ ମିଳିଛି। ଭାରତୀୟ ଟିମ୍‌ ଜାପାନରେ ଅନୁଷ୍ଠିତ ହେବାକୁ ୨୦୧୮ ଏସିଆ ପେସିଫିକ୍‌ ସିନିୟର ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛି। ଚଳିତ ମାସର ଆରମ୍ଭରୁ ନୋଏଡାର ଜେପି ଗ୍ରୀନ ଗଲ୍ଫ କୋର୍ସରେ ଅନୁଷ୍ଠିତ ଅଖିଳ ଭାରତୀୟ ବରିଷ୍ଠ ଟୁର୍ଣ୍ଣାମେଣ୍ଟରେ କପିଳ ଦେବଙ୍କୁ ଚୟନ କରାଯାଇଥିଲା।

ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ୧୭ରୁ ୧୯ ପର୍ଯ୍ୟନ୍ତ ଜାପାନର ମିଆଜାକିସ୍ଥିତ ଟମ୍‌ ଓ୍ଵାଟ୍‌ସନ୍‌ ଗଲ୍ଫ କ୍ଲବରେ ଖେଳାଯିବ। ଏସିଆ ପେସିଫିକ୍‌ ସିନିଅର ପ୍ରତିଯୋଗିତାରେ ୫୫ ବର୍ଷରୁ ଅଧିକ ବୟସର ଖେଳାଳିଙ୍କୁ ସୁଯୋଗ ମିଳିଥାଏ। କପିଳ ଦେବ ୨୦୧୫ରେ ଚୀନରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ।

publive-image

କ୍ରିକେଟ୍‌ରୁ ଅବସର ନେବା ପରେ କପିଳ ଦେବ ଅନ୍ୟ କୌଣସି ଖେଳ ପ୍ରତି ଆଗ୍ରହ ଦେଖାଇ ନାହାନ୍ତି। ମାତ୍ର ଗଲ୍ଫ ପ୍ରତି ସେ ଆକର୍ଷିତ ହୋଇଛନ୍ତି। କପିଳ କହିଛନ୍ତି, ମୋର ଜଣେ ବନ୍ଧୁ ଗଲ୍ଫ ଖେଳିବାକୁ କହିଥିଲେ। ମାତ୍ର କ୍ରିକେଟ ବ୍ୟତୀତ ଅନ୍ୟ କୌଣସି ଖେଳ ଖେଳିବା ଆସେ ନାହିଁ। ଗଲ୍ଫ ଏକ ମାଇଣ୍ଡ ଗେମ୍‌, ଯେଉଁଥିରେ କି ଶରୀରକୁ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ। ଏହି ଖେଳ ଖେଳିବା ସମୟରେ ଶରୀରକୁ ନିୟନ୍ତ୍ରଣ ରଖିବାକୁ ପଡ଼ିଥାଏ ବୋଲି କପିଳ କହିଛନ୍ତି।

ସୂଚନାଯୋଗ୍ୟ କପିଳ ଦେବ ଭାରତ ପାଇଁ ୧୩୧ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ୪୩୪ଟି ଟେଷ୍ଟ ଓ୍ଵିକେଟ ନେଇଛନ୍ତି। ସେହିଭଳି ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ସେ ୨୫୩ଟି ଓ୍ଵିକେଟ ନେଇଥିବା ବେଳେ ୨୨୫ଟି ମ୍ୟାଚ ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe