୬୨ରେ କପିଳ, ମନେପଡ଼ିଲା ୮୩ ବିଶ୍ବ ବିଜୟ ଗାଥା

Advertisment
ଖେଳାଳି ଆଇପିଏଲ୍‌ ଅପେକ୍ଷା ଦେଶକୁ ଅଗ୍ରାଧିକାର ଦେବା ଆବଶ୍ୟକ: କପିଳ ଦେବ

Republic World

ନୂଆଦିଲ୍ଲୀ: କିଂବଦନ୍ତି କ୍ରିକେଟର୍‌ କପିଳ ଦେବ ବୁଧବାର ୬୨ତମ ଜନ୍ମ ଦିବସ ପାଳନ କରିଛନ୍ତି। ଏହି ଅବସରରେ ଭାରତବାସୀ ୧୯୮୩ କ୍ରିକେଟ୍‌ ବିଶ୍ବକପ୍‌ ବିଜୟ ଗାଥାକୁ ମନେପକାଇଛନ୍ତି। କପିଳଙ୍କ ନେତୃତ୍ବରେ ଭାରତୀୟ ଦଳ ୧୯୮୩ ମସିହା ଜୁନ୍‌ ୨୫ ତାରିଖରେ ଐତିହାସିକ ଲର୍ଡସ ପଡ଼ିଆରେ ମହା ଶକ୍ତିଶାଳୀ ୱେଷ୍ଟ୍‌ଇଣ୍ଡିଜ୍‌କୁ ୪୩ ରନ୍‌ରେ ହରାଇ ପ୍ରଥମ ଥର ଲାଗି ବିଶ୍ବ କପ୍‌ ଧରିବାର ଗୌରବ ଅର୍ଜନ କରିଥିଲା। ଭାରତକୁ ପ୍ରଥମ ବିଶ୍ବକପ୍‌ ଭେଟି ଦେଇଥିବା ଏହି ମହାନ ତାରକାଙ୍କ ଜନ୍ମ ଦିବସରେ ବିସିସିଆଇଠୁ ଆରମ୍ଭ କରି ବହୁ ପୂର୍ବତନ ଓ ଏବର କ୍ରିକେଟର୍‌ ଶୁଭେଚ୍ଛା ଜଣାଇବା ସହ ଦୀର୍ଘାୟୁ କାମନା କରିଛନ୍ତି।

‘ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୯୦୩୧ ରନ୍‌ ଓ ୬୮୭ ୱିକେଟ୍‌। ପ୍ରଥମ ଖେଳାଳି ଭାବେ ୨୦୦ ଦିନିକିଆ ୱିକେଟ୍‌ ଏବଂ ୪୦୦ ଟେଷ୍ଟ୍‌ ୱିକେଟ୍‌ ଅକ୍ତିଆର କରିବା ସହ ଭାରତକୁ ପ୍ରଥମ ବିଶ୍ବ ବିଜୟୀ କରାଇଥିବା କପିଳଙ୍କୁ ଜନ୍ମଦିନର ଶୁଭେଚ୍ଛା’ ‌ବୋଲି ବିସିସିଆଇ ଟ୍ବିଟ୍‌ କରିଛି। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଶୁଭେଚ୍ଛା ଜଣାଇବା ସହ ସୁସ୍ଥ ଶରୀର କାମନା କରିଛନ୍ତି। ‘ଆପଣ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ କ୍ରିକେଟର୍‌; ଜନ୍ମ ଦିନର ଶୁଭେଚ୍ଛା ପାଜି’ ବୋଲି ଶିଖର ଧାୱନ ଲେଖିଛନ୍ତି। ‘ଗୁରୁ, ଅଧିନାୟକ ଓ ମୋ ବଡ଼ ଭାଇ। ଜନ୍ମଦିନର ଶୁଭେଚ୍ଛା ପାଜି’ ‌‌କହିଛନ୍ତି ଚେତନ ଶର୍ମା। ଏମାନଙ୍କ ସହ ମଦନ ଲାଲ, ନଭଦୀପ ସୈନି, ରାଜେଶ ଶୁକ୍ଳା ମଧ୍ୟ କପିଳଙ୍କୁ ଏହି ସ୍ବତନ୍ତ୍ର ଦିନରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe