କପିଳଙ୍କ ‘ଦ୍ରୁତ ଆରୋଗ୍ୟ’ କାମନା

ଖେଳାଳି ଆଇପିଏଲ୍‌ ଅପେକ୍ଷା ଦେଶକୁ ଅଗ୍ରାଧିକାର ଦେବା ଆବଶ୍ୟକ: କପିଳ ଦେବ

Republic World

ନୂଆଦିଲ୍ଲୀ : କିଂବଦନ୍ତି ଭାରତୀୟ କ୍ରିକେଟର୍‌ ତଥା ଦେଶର ପ୍ରଥମ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବଙ୍କୁ ହୃଦ୍‌ଘାତ ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ନୂଆଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଛି। ଏହି ଅସୁସ୍ଥତା ଖବର ପ୍ରସାରିତ ହେବା ପରେ କ୍ରିକେଟ୍‌ ଦୁନିଆରୁ ଅଜସ୍ର ‘ଶୀଘ୍ର ଅରୋଗ୍ୟ କାମନା’ ବାର୍ତା ପ୍ରଦାନ କରାଯାଇଛି। ଏହାର ଜବାବରେ ଶୁକ୍ରବାର ଅପରାହ୍ନରେ କପିଳ ଦେବଙ୍କ ପକ୍ଷରୁ ମଧ୍ୟ ସମସ୍ତ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ନିଜ ଟ୍ବିଟର୍ ଆକାଉଣ୍ଟ୍ ‘the realkapildev’ ପକ୍ଷରୁ ଜାରି ବାର୍ତ୍ତାରେ ଲେଖାଯାଇଛି ‘ଆପଣମାନଙ୍କ ଭଲ ପାଇବା ଏବଂ ଚିନ୍ତାପ୍ରକଟ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ଆପଣମାନଙ୍କ ଶୁଭେଚ୍ଛା ପାଇ ମୁଁ ବହୁତ ଖୁସି ଏବଂ ଖୁବ୍ ଶୀଘ୍ର ଆରୋଗ୍ୟ ହେବାକୁ ଯାଉଛି’।

୧୯୮୩ ବିଶ୍ବକପ୍‌ ବିଜେତା ଅଧିନାୟକ କପିଳ ଦେବଙ୍କ ଅସୁସ୍ଥ ଖବର କ୍ରିକେଟ୍ ଦୁନିଆ ଏବଂ କ୍ରୀଡ଼ାପ୍ରେମୀଙ୍କୁ ଦୋହଲାଇ ଦେଇଛି। ଶହ ଶହ ସଂଖ୍ୟାରେ ପୂର୍ବତନ ଖେଳାଳି, ପ୍ରଶଂସକ ଓ କ୍ରୀଡ଼ାପ୍ରେମୀ କପିଳଙ୍କୁ ଦ୍ରୁତ ‌ଆରୋଗ୍ୟ କାମନା କରି ସାମାଜିକ ଗଣମାଧ୍ୟମରେ ଶୁଭକାମନା ଓ ପ୍ରାର୍ଥନା କରିଛନ୍ତି। ପ୍ରମୁଖ ନାମ ମଧ୍ୟରେ ରହିଛନ୍ତି କିଂବଦନ୍ତି ସ୍ପିନର୍ ବିଶନ ସିଂହ ବେଦୀ, ବର୍ତମାନର ଅଧିନାୟକ ବିରାଟ କୋହଲି, ଯୁବରାଜ ସିଂହ‌, ହର୍ଷ ଭୋଗଲେ, ସଚିନ ତେନ୍ଦୁଲକର, ସାଇନା ନେହ୍ବାଲ, ବିସିସିଆଇ ଏବଂ ଏହାର ସମ୍ପାଦକ ଜୟ ଶାହ, ବିଜେନ୍ଦର ସିଂହ, ଗୌତମ ଗମ୍ଭୀର, ଅନିଲ କୁମ୍ବଲେ, ସୁରେଶ ରାଇନା, ମଦନ ଲାଲ, ମହମ୍ମଦ କୈଫ ଏବଂ ୱେଷ୍ଟଇଣ୍ଡିଜ୍‌ ମହାନ ସାର୍‌ ଭିଭିଆନ୍‌ ରିଚାର୍ଡ୍ସ। ଗୁରୁ ମେହେର୍ କରେଗା.. ବୋଲି ଟ୍ବିଟ୍‌ କରିଛନ୍ତି ବେଦୀ। ମହାନ ହୃଦୟର ବ୍ୟକ୍ତି କପିଳ ଦେବ, ଅନେକ କିଛି କରିବାର ଅଛି’ ବୋଲି ଲେଖିଛନ୍ତି ହର୍ଷ ଭୋଗଲେ। କ୍ରିକେଟ୍‌କୁ ଏବେ ବି ଅନେକ ଗଲ୍ଫ ଶିକ୍ଷା ମିଳିବାର ରହିଛି ବୋଲି ଉଲ୍ଲେଖ କରିଛନ୍ତି ଯୁବରାଜ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe