ପାକିସ୍ତାନ ନିୟନ୍ତ୍ରଣରେ କରା‌ଚୀ ଟେଷ୍ଟ୍‌, ରବାଦାଙ୍କୁ ୨୦୦ ୱିକେଟ୍‌

Advertisment
ପାକିସ୍ତାନ ନିୟନ୍ତ୍ରଣରେ କରା‌ଚୀ ଟେଷ୍ଟ୍‌, ରବାଦାଙ୍କୁ ୨୦୦ ୱିକେଟ୍‌

କରାଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ର ତୃତୀୟ ଦିନ ସୁଦ୍ଧା ପାକିସ୍ତାନ ପ୍ରଧାନ୍ୟ ବିସ୍ତାର କରିଛି। ଘରୋଇ ଦଳ ପ୍ରଥମ ପାଳିରେ ୧୫୮ ରନ୍‌ର ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ନେବା ସହ ଦକ୍ଷିଣ ଆପ୍ରିକାର ଦ୍ବିତୀୟ ପାଳିକୁ ୧୮୭/୪ରେ ପହଞ୍ଚାଇ ଦେଇଛି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ହାତରେ ୬ ୱିକେଟ୍ ଥାଇ ମାତ୍ର ୨୯ ରନ୍‌ରେ ଆଗୁଆ ହୋଇଥିବାରୁ ପରାଜୟ ଆଶଙ୍କା ଭିତରେ ରହିଛି।

ପାକିସ୍ତାନ ଗୁରୁବାର ସକାଳେ ୩୦୮/୮ରୁ ଖେଳିଥିଲେ ମଧ୍ୟ ଶେଷ ୨ ୱିକେଟ୍ ହରାଇବା ପୂର୍ବରୁ ମୂଲ୍ୟବାନ ୭୦ ରନ୍ ଯୋଡ଼ିନେଇଥିଲା। ନୌମାନ୍ ଅଲୀ (୨୪) ଓ ହାସନ୍ ଅଲୀ (୨୧)ଙ୍କ ସହ ମିଶି ୟାସିର୍‌ ସାହା (୩୮*, ୩୭ ବଲ୍‌) ଏହାର ଶ୍ରେୟ ନେଇଥିଲେ। ନୌମାନ ଓ ୟାସିର୍‌ ଶେଷ ୱିକେଟ୍ ପାଇଁ ୫୫ ରନ୍ ଯୋଡ଼ିବା ସବୁଠୁ ‌ଉଲ୍ଲେଖନୀୟ ଥିଲା। ହାସନ୍ ଅଲୀଙ୍କୁ ବୋଲ୍ଡ କରି କାଗିସୋ ରବାଦା ୨୦୦ ୱିକେଟ୍ କ୍ଲବ୍‌ରେ ନିଜକୁ ସାମିଲ କରିଥିଲେ। ଡେଲ୍ ଷ୍ଟେନ୍ ଏବଂ ଆଲାନ୍ ଡୋନାଲ୍ଡଙ୍କ ତୁଳନାରେ ସେ ୨୦୦ ୱିକେଟ୍ ପୂର୍ଣ୍ଣ କରିବାରେ ତୃତୀୟ ଦ୍ରୁତତମ ହୋଇଥିଲେ। ଷ୍ଟେନ୍‌ ୩୯ ଟେଷ୍ଟ, ଆଲାନ୍ ୪୨ ଟେଷ୍ଟ୍ ନେଇଥିବା ବେଳେ ରବାଦା ୪୪ ଟେଷ୍ଟ୍‌ରୁ ଏହି ମାଇଲଖୁଣ୍ଟ୍ ଛୁଇଁଛନ୍ତି। ପ୍ରଥମ ପାଳିରେ ୧୫୮ ପଛୁଆ ଥାଇ ଦ୍ବିତୀୟ ପାଳି ଖେଳିଥିବା ଦକ୍ଷିଣ ଆଫ୍ରିକା ପାଇଁ ମର୍କରାମ ଏବଂ ଏଲଗାର ପ୍ରଥମ ୱିକେଟ୍‌ରେ ୪୮ ରନ୍ ଉଠାଇଥିଲେ। ଏହା ପରେ ମର୍କରାମ ଏବଂ ରାଶି ଭ‌ାନ୍ ଡେର୍‌ ଦସେନ୍‌ ଦ୍ବିତୀୟ ୱିକେଟ୍ ପାଇଁ ୧୨୭ ରନ୍‌ ଯୋଡ଼ି ଦଳକୁ ଦୃଢ଼ ସ୍ଥିତି ଆଡକୁ ନେଉଥିବା ବେଳେ ୟାସିର୍‌ ସାହାଙ୍କ ଡବଲ୍ ଝଟକା କାରଣରୁ ଭ୍ରମଣକାରୀ ଦଳ ଅଡୁଆରେ ପଡ଼ିଛି। ୟାସିର୍‌ ଏଲଗାରଙ୍କ ସହିତ ଦସେନ୍‌ ଓ ଫାପ୍ ଡୁ ପ୍ଲେସିସ୍‌ଙ୍କୁ ଆଉଟ୍ କରି ଅଲରାଉଣ୍ଡ୍ ଦକ୍ଷତା ଦେଖାଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୨୨୦ (ଡିନ୍‌ ଏଲ୍‌ଗର-୫୮, ସାହିନ୍ ଆଫ୍ରିଦି-୨/୪୯, ନୌମନ ଅଲ୍ଲୀ-୨/୩୮, ୟାସିର ସାହା-୩/୫୪)। ପାକିସ୍ତାନ ପ୍ରଥମ ପାଳି: ୩୭୮(ଫୱାଦ ଆଲାମ୍‌-୧୦୯, ଫହିମ ଅସ୍ରଫ୍‌-୬୪, ଆଝାର ଅଲ୍ଲୀ-୫୧, ୟସିର୍ ସାହା-୩୮*, ନୌମନ ଅଲ୍ଲୀ-୨୪, କେଶବ ମହାରାଜ-୩/୯୦, କାଗିସୋ ରବାଦା-୩/୭୦, ଲୁଙ୍ଗି ଏନ୍‌ଗିଡ଼ି-୨/୫୭, ଅନ୍‌ରିକ୍‌ ନର୍ଖିୟା‌-୨/୧୦୫)। ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳି: ୭୫ ଓଭରରେ ୧୮୭/୪ (ଏଦୈନ ମର୍କରାମ-୭୪, ରାଶି ଭାନ୍ ଡେର୍‌ ଦସେନ୍‌-୬୪, ୟାସିର୍ ସାହା-୩/୫୩, ନୌମନ ଅଲୀ-୧/୨୭)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe