ଆରମ୍ଭ ହେଲା କରାଟେ ପ୍ରଶିକ୍ଷଣ ଶିବିର

Advertisment
ଆରମ୍ଭ ହେଲା କରାଟେ ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର: ଜାତୀୟ କରାଟେ ସଂଘ ଆନୁକୁଲ୍ୟରେ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ସ୍ଥାନୀୟ ଉତ୍କଳ କରାଟେ ବିଦ୍ୟାଳୟଠାରେ ଜାତୀୟ କରାଟେ ପ୍ରଶିକ୍ଷଣ ଶିବିର ବୁଧବାର ଅନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି। ଶିବିରକୁ ଦୁଇ ଥର ବିଶ୍ୱ ଏବଂ ୫ ଥରର ଏସୀୟ କରାଟେ ବିଜେତା ଇରାନର ସେନ୍‌ସେଇ ଅମିର ମେହେଦିଜାଦେ, ସେନ୍‌ସେଇ ଅନିକେତ ଗୁପ୍ତା ଓ ସହାୟକ ପ୍ରଶିକ୍ଷକ ସାଓ୍ଵନ୍‌ କୁମାର ପରିଚାଳନା କରୁଛନ୍ତି। ବୁଧବାରର ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ କରାଟେ ସଂଘର ସମ୍ପାଦକ ସିହାନ୍‌ ଭରତ ଶର୍ମା, ଓଡ଼ିଶା କରାଟେ ସଂଘର ଉପସଭାପତି ଏସ୍‌ଆର୍‌ ସାସମଲ, ଇଂ ଚିତ୍ତରଞ୍ଜନ ସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରରେ ଶାରୀରିକ ଦକ୍ଷତା ବୃଦ୍ଧି ନିମନ୍ତେ ଫିଲ୍ଡ, େଓ୍ଵଟ୍‌ ସହ କରାଟେର ଫାଇଟିଂ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଶିବିର ୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସଂଘର ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe