ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଫିନିସର ଭୂମିକା ତୁଲାଇପାରିବେ କାର୍ତ୍ତିକ: ଗାଭାସ୍କର

Advertisment
ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଫିନିସର ଭୂମିକା ତୁଲାଇପାରିବେ କାର୍ତ୍ତିକ: ଗାଭାସ୍କର

NDTV Sports

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ ଖେଳୁଥିବା ଦୀନେଶ କାର୍ତ୍ତିକ ଯେଭଳି ବ୍ୟାଟିଂ କରୁଛନ୍ତି ସେଥିରେ ଅତିମାତ୍ରାରେ ପ୍ରଭା‌ବିତ ହୋଇଛନ୍ତି କିଂବଦନ୍ତି ସୁନିଲ ଗାଭାସ୍କର। ଫଳରେ ଏହି ପୁରୁଖା ୱିକେଟ୍‌ରକ୍ଷକ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଭାରତୀୟ ଦଳ ପାଇଁ ଜଣେ ଫିନିସରର ଭୂମିକା ତୁଲାଇପାରିବେ ବୋଲି ଗାଭାସ୍କର ଦୃଢ଼ତାର ସହ କହିଛନ୍ତି। ଗତ ସଂସ୍କରଣରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ ଖେଳିଥିବା କାର୍ତିକ ଏଥର ଆର୍‌ସିବି ପକ୍ଷରୁ ତାଙ୍କ ନୂଆ ଦାୟିତ୍ବକୁ ଚମତ୍କାର ଢଙ୍ଗରେ ତୁଲାଉଛନ୍ତି। ମ୍ୟାଚ୍‌ର ଅନ୍ତିମ ଭାଗରେ ସେ ବଲ୍‌କୁ ଚମତ୍କାର ଭାବେ ପ୍ରହାର କରିପାରୁଛନ୍ତି। ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ଆର୍‌ସିବି ଖେଳିଥିବା ୬ ମ୍ୟାଚ୍‌ରେ କାର୍ତ୍ତିକ ଯଥାକ୍ରମେ ୩୨, ୧୪, ୪୪, ୭, ୩୪ ଓ ୬୬ ରନ୍‌ର ପାଳି ଖେଳିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ ହାର ମଧ୍ୟ ୨୦୯.୫୭ ରହିଛି। ମୋଟାମୋଟି ଭାବେ ୬ ପାଳିରୁ ସେ ୫ରେ ଅପରାଜିତ ରହିଛନ୍ତି।

ସେଥିରେ ତାଙ୍କ ହାରାହାରି ୧୯୭.୦୦ ରହିଛି। ଏବେ ଖୁବ୍‌ ଲୟ ଓ ଫର୍ମରେ ଥିବା କାର୍ତିକ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳର ଅଂଶୀଦାର ହେବାକୁ ଚାହାନ୍ତି। ତେଣୁ ତାଙ୍କ ବୟସକୁ ନଦେଖି କାର୍ତିକଙ୍କୁ ଏବର ପ୍ରଦର୍ଶନ ଭିତ୍ତିରେ ଭାରତୀୟ ବିଶ୍ବକପ୍‌ ଦଳରେ ସାମିଲ କରିବାର ଆବଶ୍ୟକତା ରହିଛି ବୋଲି ଗାଭାସ୍କର ମତ ଦେଇଛନ୍ତି। ସେ ମଧ୍ୟ ଦଳ ପାଇଁ ଫିନିସର ଭୂମିକା ନିର୍ବାହ କରିପାରିବେ ବୋଲି ମୋର ବିଶ୍ବାସ। ଏହି ପୁରୁଖା ତାରକା ଭାରତ ପାଇଁ ୨୬ ଟେଷ୍ଟ୍‌, ୯୪ ଦିନିକିଆ ଏବଂ ୩୨ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି। ତେବେ ୩୬ ବର୍ଷ ବୟସ୍କ କାର୍ତିକ ଭାରତ ପକ୍ଷରୁ ଶେଷଥର ପାଇଁ ୨୦୧୯ ଆଇସିସି ବିଶ୍ବକପ୍‌ର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ସେମିଫାଇନାଲ୍‌ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe