କାର୍ତ୍ତିକ-ଦୀପିକାଙ୍କ ଯାଆଁଳା ପୁଅ

Advertisment
କାର୍ତ୍ତିକ-ଦୀପିକାଙ୍କ ଯାଆଁଳା ପୁଅ

ନୂଆଦିଲ୍ଲୀ: ଭାରତୀୟ ୱିକେଟ୍‌ରକ୍ଷକ ଦୀନେଶ କାର୍ତ୍ତିକ ଏବଂ ତାଙ୍କ ପତ୍ନୀ ସ୍କ୍ବାସ ତାରକା ଦୀପିକା ପାଲିକଲ ଗୁରୁବାର ଯାଆଁଳା ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି। ଏହି ବିଷୟରେ କାର୍ତ୍ତିକ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ପତ୍ନୀ ଏବଂ ଯାଆଁଳା ପୁଅଙ୍କ ସହ ଏକ ଫଟୋ ମଧ୍ୟ କାର୍ତ୍ତିକ ସମାଜିକ ଗଣମାଧ୍ୟରେ ପୋଷ୍ଟ କରିଛନ୍ତି। ‘‘ଆମେ ଏବେ ୩ରୁ ୫ ହେଲୁ। ଦୀପିକା ଓ ମୁଁ ଏବେ ଦୁଇ ଜଣ ପୁତ୍ର ସନ୍ତାନର ପିତାମାତା ହେବାର ସୌଭାଗ୍ୟ ପାଇଲୁ’’ ବୋଲି କାର୍ତ୍ତିକ ଏହି ଫଟୋର ଶିରୋନାମ‌ାରେ ଲେଖିଛନ୍ତି। ଦୀନେଶ ଓ ଦୀପିକା ଏହି ଦୁଇ ନବଜାତକ ସନ୍ତାନର ନାମ କବୀର ପାଲିକଲ କାର୍ତ୍ତିକ ଓ ଜିଆନ ପାଲିକଲ କାର୍ତ୍ତିକ ରଖିଛନ୍ତି। ସୂଚନାଯୋଗ୍ୟ ଯେ ୨୦୧୫ରେ କାର୍ତ୍ତିକ ଓ ଦୀପିକା ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ପରମ୍ପରାରେ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe