ବୟୋଜ୍ୟେଷ୍ଠ ଭାରତୀୟ ଭାବେ ଅର୍ଦ୍ଧଶତକ: ଧୋନିଙ୍କୁ ଟପିଲେ କାର୍ତିକ

Advertisment
ବୟୋଜ୍ୟେଷ୍ଠ ଭାରତୀୟ ଭାବେ ଅର୍ଦ୍ଧଶତକ: ଧୋନିଙ୍କୁ ଟପିଲେ କାର୍ତିକ

Zee News

ରାଜକୋଟ: ଶୁକ୍ରବାର ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବିଜୟର ନାୟକ ସାଜିଥିଲେ ପୁରୁଖା ୱିକେଟ୍‌ରକ୍ଷକ/ବ୍ୟାଟର ଦୀନେଶ କାର୍ତିକ। ଏହି ମ୍ୟାଚ୍‌ରେ ସେ ୨୭ ବଲ୍‌ରୁ ୫୫ ରନ୍‌ କରିଥିଲେ। ଶେଷରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ବି ହାତେଇଥିଲେ। ତେବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଏହା କାର୍ତିକଙ୍କର ପ୍ରଥମ ଅର୍ଦ୍ଧଶତକ ଥିଲା। ଆଉ ଏହି ସ୍ମରଣୀୟ ପାଳି ଅବସରରେ କାର୍ତିକ ମଧ୍ୟ ଏକ ଭାରତୀୟ କୀର୍ତ୍ତିମାନ ବହନ କରିଥିଲେ। ଭାରତୀୟ ଭାବେ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକରେ ଅର୍ଦ୍ଧଶତକ ଜମାଇବାରେ ସେ ବୟୋଜ୍ୟେଷ୍ଠ ଖେଳାଳି ରହିଥିଲେ। ଏକ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ତଥା ୱିକେଟ୍‌ରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଥିଲେ। ଧୋନି ୩୬ ବର୍ଷ ୨୨୯ ଦିନରେ କ୍ରିକେଟ୍‌ର ଏହି ଫଟାଫଟ ଫର୍ମାଟ୍‌ରେ ଅର୍ଦ୍ଧଶତକ ଜମାଇ କୀର୍ତ୍ତିମାନ ନିଜ ନାମରେ ରଖିଥିଲେ। ସେ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏହି ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ଶୁକ୍ରବାର ସମାନ ପ୍ରତିଦ୍ବନ୍ଦ୍ବୀ (ଦକ୍ଷିଣ ଆଫ୍ରିକା) ବିପକ୍ଷରେ କାର୍ତିକ (୩୭ ବର୍ଷ ୧୬ ଦିନ) ଅର୍ଦ୍ଧଶତକ ହାସଲ କରି ବୟସ ବ୍ୟବଧାନରେ ଧୋନିଙ୍କୁ ପଛରେ ପକାଇଛନ୍ତି। ଏହି ଦୁଇ ଜଣଙ୍କ ପଛକୁ ଅନ୍ୟତମ ବୟୋଜ୍ୟେଷ୍ଠ ଭା‌ରତୀୟ ଭାବେ ଶିଖର ଧାୱନ୍‌ (୩୫ ବର୍ଷ ୧ ଦିନ, ୨୦୨୦ରେ ଅଷ୍ଟ୍ରେଲଆ ବିପକ୍ଷରେ) ଅର୍ଦ୍ଧଶତକ ହାସଲ କରିବା ତାଲିକାର ତୃତୀୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe