Advertisment

Kartik Karkera : ନୂଆଦିଲ୍ଲୀ ମାରାଥନ୍‌ ଜିତି ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କଲେ କାର୍ତ୍ତିକ କର୍କେରା

Advertisment

ମୁମ୍ବାଇର କାର୍ତ୍ତିକ କର୍କେରା ମର୍ଯ୍ୟାଦାଜନକ ୧୧ତମ ନୂଆଦିଲ୍ଲୀ ମାରାଥନ୍‌ ବିଜୟୀ ହୋଇଛନ୍ତି। ସେ ମାତ୍ର ୨ ଘଣ୍ଟା ୧୩ ମିନିଟ୍‌ ୧୦ ସେକେଣ୍ଡ୍‌ରେ ୪୨.୨ କିଲୋମିଟର୍‌ ଅତିକ୍ରମ କରି ବିଜୟୀ ହେବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ମୁମ୍ବାଇର କାର୍ତ୍ତିକ କର୍କେରା ମର୍ଯ୍ୟାଦାଜନକ ୧୧ତମ ନୂଆଦିଲ୍ଲୀ ମାରାଥନ୍‌ ବିଜୟୀ ହୋଇଛନ୍ତି। ସେ ମାତ୍ର ୨ ଘଣ୍ଟା ୧୩ ମିନିଟ୍‌ ୧୦ ସେକେଣ୍ଡ୍‌ରେ ୪୨.୨ କିଲୋମିଟର୍‌ ଅତିକ୍ରମ କରି ବିଜୟୀ ହେବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

edb614c7-e59c-4a15-93ab-9c93b07d8348

ନୂଆଦିଲ୍ଲୀ: ମୁମ୍ବାଇର କାର୍ତ୍ତିକ କର୍କେରା ମର୍ଯ୍ୟାଦାଜନକ ୧୧ତମ ନୂଆଦିଲ୍ଲୀ ମାରାଥନ୍‌ ବିଜୟୀ ହୋଇଛନ୍ତି। ସେ ମାତ୍ର ୨ ଘଣ୍ଟା ୧୩ ମିନିଟ୍‌ ୧୦ ସେକେଣ୍ଡ୍‌ରେ ୪୨.୨ କିଲୋମିଟର୍‌ ଅତିକ୍ରମ କରି ବିଜୟୀ ହେବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଲମ୍ପିଆନ୍‌ ଥୋନାକଲ୍‌ ଗୋପୀ ୨ ଘଣ୍ଟା ୧୩ ମିନିଟ୍‌ ୧୨ ସେକେଣ୍ଡ୍‌ରେ ଏହି ଦୂରତ୍ବ ଅତିକ୍ରମ କରିବା ସହ ଦ୍ବିତୀୟ ସ୍ଥାନରେ ଥିବାବେଳେ ଆଉ ୩ ସେକେଣ୍ଡ୍‌ ବିଳମ୍ବରେ ପହଞ୍ଚିଥିବା ୨୦୨୪ର ଏସୀୟ ମାରାଥନ୍‌ ସ୍ବର୍ଣ୍ଣ ପଦକ ବିଜେତା ମାନ୍‌ ସିଂ ତୃତୀୟ ସ୍ଥାନରେ ରହିଛନ୍ତି।

ଅଧିକପଢ଼ନ୍ତୁ:କିସ୍ତଵାରରେ ଜୈଶର ଟପ କମାଣ୍ଡର ସମେତ ଦୁଇ ଆତଙ୍କୀ ନିହତ

 ଗୋପୀ ଓ ସିଂ ମଧ୍ୟ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଚଳିତ ବର୍ଷ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ ସମୟ ସୀମା ୨ ଘଣ୍ଟା ୧୫ ମିନିଟ୍‌ ୪ ସେକେଣ୍ଡ୍‌ ରଖାଯାଇଛି। ଅନ୍ୟପକ୍ଷରେ ନିର୍ମାବେନ୍‌ ଠାକୋର୍‌ ମହିଳା ବର୍ଗରେ ବିଜୟୀ ହୋଇଛନ୍ତି। ସେ ୨ ଘଣ୍ଟା ୪୧ ମିନିଟ୍‌ ୧୫ ସେକେଣ୍ଡ୍‌ରେ ଏହି ଦୂରତ୍ବ ଅତିକ୍ରମ କରିଥିଲେ। ଏହା ସତ୍ତ୍ବେ ସେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ମହିଳା ବର୍ଗରେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ ସମୟସୀମା ୨ ଘଣ୍ଟା ୩୧ ମିନିଟ୍‌ ୫୨ ସେକେଣ୍ଡ୍‌ ରଖାଯାଇଛି।

ଅଧିକପଢ଼ନ୍ତୁ:ଆୟର୍ଲାଣ୍ଡ୍‌ ବାନ୍ଧବୀଙ୍କୁ ଦ୍ବିତୀୟ ବିବାହ କଲେ ଶିଖର ଧାୱନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe