The Indian Express
ଭ୍ଲାଦିଭୋଷ୍ଟକ(ରୁଷିଆ): ରୁଷିଆ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକ ଦ୍ୱିତୀୟ ପର୍ଯ୍ୟାୟରୁ ଅଜୟ ଜୟରାମ ଏବଂ ପରୁପଲ୍ଲୀ କାଶ୍ୟପ ବିଦାୟ ନେଇଛନ୍ତି। ଏମାନଙ୍କ ସହ ପୁରୁଷ ଏକକରୁ ଚିରାଗ ସେନ୍, ରାହୁଲ ଯାଦବ, ଆର୍ଏମ୍ ଗୁରୁସାଇଦତ୍ତ, ବୋଦିତ ଯୋଷୀ, ପ୍ରତୁଲ ଯୋଷୀ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ବାଧା ଅତିକ୍ରମ କରିପାରି ନାହାନ୍ତି। ମହିଳା ଏକକରେ ବୈଦେହୀ ଚୌଧୁରୀ, ସାଇ ଉତ୍ତେଜିତା ରାଓ ଚୁକା ନିଜ ନିଜ ମ୍ୟାଚ୍ ହାରି ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ପଞ୍ଚମ ମାନ୍ୟତା ଶୁଭଙ୍କର, ଅଷ୍ଟମ ମାନ୍ୟତା ସୌରଭ ବର୍ମା ଓ ସିଦ୍ଧାର୍ଥ ପ୍ରତାପ ସିଂହ ପୁରୁଷ ଏକକ ଏବଂ ସପ୍ତମ ମାନ୍ୟତା ମୁଗ୍ଧା ଆଗ୍ରେ, ଋତୁପର୍ଣ୍ଣା ଦାସ, ଭ୍ରୁଶାଲୀ ଗୁମାଦୀ ମହିଳା ଏକକର ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୁରୁଷ ଯୁଗଳରେ ଅରୁଣ ଜର୍ଜ ଓ ସନ୍ୟମ ଶୁକ୍ଲା ଯୋଡ଼ି ମଧ୍ୟ ପ୍ରି-କ୍ୱାର୍ଟର୍ ସ୍ଥାନ ପକ୍କା କରିଛନ୍ତି।
Follow Us