ଦଳ ହାରିବା ପରେ କାନ୍ଦି ପକାଇଲେ କାବ୍ୟା, ଭାଇରାଲ ହେଲା ଭିଡିଓ

Advertisment
ଦଳ ହାରିବା ପରେ କାନ୍ଦି ପକାଇଲେ କାବ୍ୟା, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ପ୍ରତ୍ୟାବର୍ତ୍ତନ ସହିତ କେକେ‌ଆର୍ ୧୦ ବ‌ର୍ଷ ପରେ ପୁଣି ଥରେ ଆଇପିଏଲ୍ ମୁକୁଟ ଜିତିବାର ଗୌରବ ଅର୍ଜନ କରିଛି। ରବିବାରର ଏକପାଖିଆ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୧୧୩ ରନ୍‌ରେ ସୀମିତ ରଖିବା ପରେ କେକେଆର୍‌ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିଯାଇଥିଲା। ଚତୁର୍ଥ ଥର ପାଇଁ କେକେଆର୍‌ ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ କରିଥିଲା ବେଳେ ଗୌତମ ଗମ୍ଭୀରଙ୍କ ଉପସ୍ଥିତି ପୁଣି ଥରେ ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା। ପୂର୍ବରୁ ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ବରେ କେକେଆର୍‌ ବିଜେତା ହୋଇଥିଲା ଏବଂ ୨୦୨୧ରେ ଉପବିଜେତାରେ ସନ୍ତୁଷ୍ଟ ଥିଲା। ଏଥର ରାଜନୀତି ଛାଡ଼ି କ୍ରିକେଟ୍‌ ପଡ଼ିଆକୁ ଫେରିଥିବା ଗମ୍ଭୀର ପୁଣି ଥରେ ନିଜ ସଫଳ ଯୋଜନାର ଛାପ ଛାଡ଼ିଛନ୍ତି।

ତେବେ ଗୋଟାଏ ପଟେ କେକେଆର୍‌ ଖୋଳି ଉତ୍ସବ ମନାଉଥିବା ବେଳେ ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରନ କାନ୍ଦୁଥିଲେ ବୋଲି ଦେଖାଯାଇଛି। ଦଳ ହାରିବା ପରେ ସେ ନିଜ ଆଖିର ଲୁହକୁ ଚାପି ରଖିପାରିନଥିଲେ। କେକେଆର୍‌ ପାଇଁ ତାଳି ମାରୁଥିବା ବେଳେ କାବ୍ୟା କାନ୍ଦି ପକାଇଥିବା ‌ଭାଇରାଲ ଭିଡିଓରେ ଦେଖାଯାଇଛି। ତାଙ୍କର ଏହି ଭିଡିଓ ଏବେ ସମସ୍ତଙ୍କୁ ଭାବବିହ୍ବଳ କରିଛି।

ଉଲ୍ଲେଖଯୋଗ୍ୟ, ବିଜେତା କେକେଆର୍‌କୁ ଟ୍ରଫି ସହ ୨୦ କୋଟି ଓ ଉପବିଜେତା ହାଇଦ୍ରାବାଦ୍‌କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସେହିପରି ଚଳିତ ସଂସ୍କରଣରେ ସର୍ବାଧିକ ରନ୍‌ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି (୧୫ମ୍ୟାଚ୍‌, ୭୪୧ ରନ୍‌) ନାରଙ୍ଗୀ ଟୋପି ଓ ସର୍ବାଧିକ ୱିକେଟ୍‌ ନେଇଥିବା ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲ୍‌ (୧୪ମ୍ୟାଚ୍, ୨୪ ୱିକେଟ୍‌) ବାଇଗଣୀ ଟୋପି ପାଇଛନ୍ତି। ଉଭୟଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe