କେଦାର ଯାଦବ ଆହତ ହେବା ପରେ ବିଶ୍ୱକପ୍‌ରେ ତାଙ୍କର ବିକଳ୍ପକୁ ନେଇ ଚର୍ଚ୍ଚା ଆରମ୍ଭ, ଜାଣନ୍ତୁ କେଉଁ ୫ ଜଣ ଦାବିଦାର

କେଦାର ଯାଦବ ଆହତ ହେବା ପରେ ବିଶ୍ୱକପ୍‌ରେ ତାଙ୍କର ବିକଳ୍ପକୁ ନେଇ ଚର୍ଚ୍ଚା ଆରମ୍ଭ, ଜାଣନ୍ତୁ କେଉଁ ୫ ଜଣ ଦାବିଦାର

Zee News

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ କିଙ୍ଗସ୍‌ ଏକାଦଶ ପଂଜାବ ବିରୋଧରେ ଚେନ୍ନାଇ ସୁପର କିଙ୍ଗସ୍‌ର ମ୍ୟାଚ ସମୟରେ କେଦାର ଯାଦବ ଆଘାତ ପାଇଥିବା ସୋମବାର ଜଣାପଡ଼ିଛି। ଏହା ପରେ ପ୍ରଶଂସକ ଏବଂ ବିଶେଷଜ୍ଞମାନେ ବିଶ୍ୱକପରେ ଭାରତୀ ଟିମ୍‌ ନେଇ କଳ୍ପନା ଜଳ୍ପନା ଆରମ୍ଭ କରି ଦେଇଛନ୍ତି। କେଦାର ଯଦି ବିଶ୍ୱକପ ନ ଖେଳୁଛନ୍ତି, ତା’ହେଲେ ତାଙ୍କ ସ୍ଥାନରେ କିଏ ଖେଳିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। କେଦାର ଯାଦବ ଆଘାତ ପାଇବା ନେଇ ଚେନ୍ନାଇର କୋଚଙ୍କ ବୟାନ ପରେ ଜଣାପଡ଼ିଥିଲା, ଯେଉଥିରେ କୋଚ କହିଥିଲେ ଯେ, କେଦାର ଯାଦବ ପ୍ଲେଅଫ ମ୍ୟାଚରେ ଖେଳିବେ ନାହିଁ।

ବିଶ୍ୱକପ ପାଇଁ ଟିମ ଇଣ୍ଡିଆର କେବଳ ୧୫ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି। ଏଥିରୁ ଜଣେ ବି ଖେଳାଳିଙ୍କୁ ବଦଳି କରାଗଲେ ଟିମରେ ବଡ଼ ପରିବର୍ତ୍ତନ ଆସିପାରେ। କେଦାର ଯଦି ବାଦ୍‌ ପଡ଼ନ୍ତି, ତା’ହେଲେ ତାଙ୍କ ସ୍ଥାନରେ ଅମ୍ବାତି ରାୟଡୁ, ଋଷଭ ପନ୍ତ, ଶ୍ରେୟସ ଆୟାର, ମୀନଷ ପାଣ୍ଡେ ଓ ଶୁଭମନ ଗିଲଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe