ଵିଲିୟମସନ୍‌ଙ୍କ ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଲେ ଆଦାମ୍ସ

Advertisment
ଵିଲିୟମସନ୍‌ଙ୍କ ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଲେ ଆଦାମ୍ସ

ବର୍ମି˚ହାମ୍‌: କ୍ବିଣ୍ଟନ ଡି’କକ୍‌ଙ୍କ ଦ୍ବାରା କ୍ୟାଚ୍‌ ଆଉଟ୍‌ ହେବା ପରେ ମଧ୍ୟ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଵିଲିୟମସନ୍‌ ଛିଡ଼ା ହୋଇ ରହିଥିଲେ। କ୍ରିଜ୍ ଛାଡ଼ି ନଥିଲେ। ଫଳରେ କ୍ରିକେଟ୍ ପ୍ରତି ଥିବା ତାଙ୍କ ନିଷ୍ଠା ଓ ବିଶ୍ବସନୀୟତା ନେଇ ଦକ୍ଷିଣ ଆଫିକ୍ରାର ପୂର୍ବତନ ସ୍ପିନର ପଲ୍‌ ଆଦାମ୍ସ ପ୍ରଶ୍ନ ଉଠାଇଛନ୍ତି। ଵିଲିୟମସନ୍‌ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ମ୍ୟାଚ୍‌ରେ ଅପରାଜିତ ଶତକ ଅର୍ଜନ କରି ନିଜ ଦଳକୁ ୪ ଵିକେଟ୍‌ରେ ଜିତାଇଥିଲେ। ହେଲେ ତାଙ୍କର ଏହି ଶତକୀୟ ପାଳିକୁ ନେଇ ବିବାଦ ଦେଖାଦେଇଛି। ମ୍ୟାଚ୍‌ର ୩୮ତମ ଓଭରରେ ଇମ୍ରାନ୍‌ ତାହିରଙ୍କ ବଲ୍‌ ଵିଲିୟମସନ୍‌ଙ୍କ ବ୍ୟାଟ୍‌ରେ ବାଜିବା ପରେ ଡି’କକ୍‌ଙ୍କ ହାତରେ ଧରାପଡ଼ିଥିଲା। ସେତେବେଳେକୁ ସେ ୭୬ ରନ୍‌ କରିଥିଲେ। ତାହିର ଏଥିପାଇଁ ଆଉଟ ଆବେଦନ କରିଥିଲେ ବି ଅମ୍ପାୟାର ଏହାକୁ ନାକଚ କରିଦେଇଥିଲେ। ହେଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ ଡିଆର‌୍‌ଏସ୍‌ ନେଇନଥିଲେ। କିନ୍ତୁ ରିପ୍ଲେରେ ବଲ୍‌ ତାଙ୍କ ବ୍ୟାଟ୍‌ରେ ବାଜିଥିବା ଦେଖାଯାଇଥିଲା। ମ୍ୟାଚ୍‌ ଶେଷରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ, ଡି’କକ୍‌ଙ୍କୁ ବିଶ୍ବାସ କରୁଥିବାରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ୍‌ ରିଭ୍ୟୁ ନେଇନଥିବା କହିଥିଲେ। ତେବେ ଖେଳୁଆଡ଼ ମନୋଭାବ ନେଇ ଖେଳୁଥିଲେ ୱିଲିୟମସନ୍ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ନକରି ନିଜେ ପଡ଼ିଆ ଛାଡ଼ି ଚାଲିଯିବା କଥା। ଵିଲିୟମସନ୍‌ ନିଜେ ହୁଏତ ବଲ୍‌ ବ୍ୟାଟ୍‌ରେ ବାଜିଥିବା ବିଷୟରେ ଜାଣିନଥିଲେ। ସେହିଭଳି ଏହି ନିଷ୍ପତ୍ତି ସେତେ ବେଳେ ମ୍ୟାଚ୍‌ର ହାର‌୍‌ଜିତ୍‌ ଉପରେ କୌଣସି ଫରକ ପକାଉନଥିଲା ବୋଲି ଡୁ’ପ୍ଲେସିସ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe