କେନ୍ଦ୍ରାପଡ଼ା, ସମ୍ବଲପୁର,ଜଗତ୍‌ସିଂହପୁର ବିଜୟୀ

Advertisment

ବାଙ୍ଗାଲୋର ଓପିଏଲ୍‌ ବିଶ୍ୱଙ୍କ ଦ୍ରୁତତମ ଅର୍ଧଶତକ

ବାଙ୍ଗାଲୋର ଓପିଏଲ୍‌ ବିଶ୍ୱଙ୍କ ଦ୍ରୁତତମ ଅର୍ଧଶତକ

କେନ୍ଦ୍ରାପଡ଼ା, ସମ୍ବଲପୁର,ଜଗତ୍‌ସିଂହପୁର ବିଜୟୀ

ଭୁବନେଶ୍ୱର: ଓଡ଼ିଶା ୟୁଥ୍‌ ବାଙ୍ଗାଲୋର ଆନୁକୂଲ୍ୟରେ ଏଥେନା ସ୍ପୋର୍ଟସ୍‌ କ୍ଲବ୍‌ ପଡ଼ିଆରେ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ଶନିବାର ତିନିଟି ମ୍ୟାଚ୍‌ରେ କେନ୍ଦ୍ରାପଡ଼ା ଡ୍ରାଗନ୍‌, ସମ୍ବଲପୁର ଏବଂ ଜଗତସିଂହପୁର ବିଜୟୀ ହୋଇଛନ୍ତି। କେନ୍ଦ୍ରାପଡ଼ାର ବିଶ୍ୱ ଓପିଏଲ୍‌ର ଚଳିତ ସଂସ୍କରଣରେ ଦ୍ରୁତତମ ଅର୍ଧଶତକ କୀର୍ତିମାନ ପାଇଥିଲେ। ପ୍ରଥମ ମ୍ୟାଚ୍‌ରେ କେନ୍ଦ୍ରାପଡ଼ା ୮ ଓ୍ଵିକେଟ୍‌ରେ ପୁରୀ ରାଇଜିଂ ଷ୍ଟାର୍‌ସକୁ ପରାସ୍ତ କରିଛି। ପୁରୀ ୧୮.୫ ଓଭରରେ ୧୦୫ ରନ୍‌ କରିଥିଲା ବେଳେ କେନ୍ଦ୍ରାପଡ଼ା ମାତ୍ର ୬.୨ ଓଭରରେ ୨ ଓ୍ଵିକେଟ୍‌ ବିନିମୟରେ ୧୦୮ ରନ୍‌ କରିଥିଲା। ୧୮ ବଲ୍‌ରୁ ଧୂଆଁଧାର ଅର୍ଧଶତକ ଜମାଇଥିବା ବିଶ୍ୱ (୫୩ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ସମ୍ବଲପୁର ଦଳ ୨୦ ରନ୍‌ରେ ଖୋର୍ଧା ଫାଇଟର୍ସକୁ ହରାଇଥିଲା। ସମ୍ବଲପୁର ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୬୭ ରନ୍‌ କରିବା ପରେ ଖୋର୍ଧାକୁ ୧୪୭/୯ରେ ଅଟକାଇ ଦେଇଥିଲା। ୪ ଓଭରରେ ୧୧ ରନ୍‌ ଦେଇ ୫ ଓ୍ଵିକେଟ୍‌ ଅକ୍ତିଆର କରିଥିବା ଲୋହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ତୃତୀୟ ମ୍ୟାଚ୍‌ରେ ଜଗତସିଂହପୁର ୬ ଓ୍ଵିକେଟ୍‌ରେ ଚିଲିକାକୁ ପରାସ୍ତ କରିଥିଲା। ଚିଲିକା ୧୮.୫ ଓଭରରେ ୯୭ ରନ୍‌ କରିପାରିଥିଲା ବେଳେ ଜଗତସିଂହପୁର ୧୯.୨ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୦୧ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ୧୩ ରନ୍‌ରେ ୨ ଓ୍ଵିକେଟ୍‌ ପରେ ଅପରାଜିତ ୨୬ ରନ୍‌ କରିଥିବା ଅବ୍ରାର କାଜି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe