League Team Updates
ବାମ୍ବୋଲିମ: ଚଳିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ଗୁରୁବାର କେରଳ ବ୍ଲାଷ୍ଟର୍ସ ଏଫ୍ସି ଏବଂ ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଚଳିତ ସଂସ୍କରଣର ଏହି ସପ୍ତମ ମ୍ୟାଚ୍ର ପ୍ରଥମାର୍ଧରେ କେରଳ ବ୍ଲାଷ୍ଟର୍ସ ଚମତ୍କାର ଖେଳି ୨ଟି ଗୋଲ୍ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହି ଦୁଇ ଗୋଲ୍ ସର୍ଜିଓ ସିଡୋଞ୍ଚା (୫ ମିନିଟ୍) ଏବଂ ଗ୍ୟାରି ହୁପର (୪୫ ମିନିଟ୍) ଦେଇଥିଲେ। ଦ୍ବିତୀୟାର୍ଧରେ ନର୍ଥଇଷ୍ଟ ୟୁନାଇଟେଡ୍ ଏହି ଦୁଇ ଗୋଲ୍ ଶୁଝି ଦେଇଥିଲା। କ୍ବେସି ଆପିଆ (୫୧ ମିନିଟ୍) ଏବଂ ଇଦ୍ରିସା ସିଲା (୯୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରି ନର୍ଥଇଷ୍ଟ୍କୁ ପରାଜୟରୁ ବଞ୍ଚାଇଥିଲେ। ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିବାରୁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ ପାଇଛନ୍ତି।
Follow Us