ସିଙ୍ଗାପୁର ସନ୍ତରଣରେ ଖାଡ଼େଙ୍କୁ ସ୍ୱର୍ଣ୍ଣ

Advertisment
ସିଙ୍ଗାପୁର ସନ୍ତରଣରେ ଖାଡ଼େଙ୍କୁ ସ୍ୱର୍ଣ୍ଣ

ସିଙ୍ଗାପୁର: ଭାରତୀୟ ଯୁବ ସନ୍ତରଣକାରୀ ବିିର୍ଧାଓ୍ଵଲ୍‌ ଖାଡ଼େ ୪୯ତମ ସିଙ୍ଗାପୁର ଜାତୀୟ ବୟସବର୍ଗ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୫୦ ମିଟର ଫ୍ରିଷ୍ଟାଇଲ୍‌ରେ ଚଳିତ ଋତୁରେ ନିଜର ଶ୍ରେଷ୍ଠ ସମୟ ୨୩.୦୨ ସେକେଣ୍ଡ୍‌ ସମୟ ନେଇ ଏହି ପଦକ କରାୟତ କରିଥିଲେ। ଏଠାରେ ମୁଁ ଭଲ ଆରମ୍ଭ କରିବା ସହ ଦେଶ ପାଇଁ ପଦକ ଜିତିଥିବାରୁ ବହୁତ ଖୁସି, ଶ୍ରେଷ୍ଠ ଦେବାକୁ ଚେଷ୍ଠା କରି ଏହି ସଫଳତା ପାଇଛି। ସିଙ୍ଗାପୁରରେ ମିଳିଥିବା ଶିକ୍ଷା ମୋତେ ଆଗାମୀ ଦିନରେ ଆଗକୁ ବଢ଼ିବାକୁ ସହଯୋଗ କରିବ ବୋଲି ସ୍ୱର୍ଣ୍ଣ ଜିତିବା ପରେ ଖାଡ଼େ କହିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବାଙ୍ଗାଲୁରୁରେ ୫ ମାସ ଧରି ଅଭ୍ୟାସ ଚଲାଇଥିବା ଏହି ଅର୍ଜୁନ ପୁରସ୍କାର ପ୍ରାପ୍ତ ସନ୍ତରଣକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe