ଆତଙ୍କବାଦ ଅଭିଯୋଗରେ ଖୱାଜାଙ୍କ ଭାଇ ଗିରଫ

Advertisment
ଆତଙ୍କବାଦ ଅଭିଯୋଗରେ ଖୱାଜାଙ୍କ ଭାଇ ଗିରଫ

ସିଡନି: ଅଷ୍ଟ୍ରେଲିଆ କ୍ରିକେଟର୍‌ ଉସମାନ ଖୱାଜାଙ୍କ ଭାଇ ଅର୍ସଲାନଙ୍କୁ ମଙ୍ଗଳବାର ଅଷ୍ଟ୍ରେଲିଆର ଆତଙ୍କବାଦ ମୁକାବିଲା ସଂସ୍ଥା ଗିରଫ କରିଛି। ଅର୍ସଲାନ କେତେକ ଅଷ୍ଟ୍ରେଲୀୟ ରାଜନେତାଙ୍କୁ ହତ୍ୟା କରିବାର ନକଲି ସୂଚୀ ପ୍ରସ୍ତୁତ କରିଥିବା ମାମଲାରେ ଗିରଫ କରାଯାଇଛି। ତାଙ୍କୁ ସିଡନିରୁ ଗିରଫ କରାଯାଇଥିବା ଜଣାପଡ଼ିଛି। ୩୯ ବର୍ଷୀୟ ଅର୍ସନାଲଙ୍କ ବିରୋଧରେ ନ୍ୟାୟ ବ୍ୟବସ୍ଥାକୁ ପ୍ରଭାବିତ କରିବା ଲାଗି ନକଲି କାଗଜପତ୍ର ପ୍ରସ୍ତୁତ କରିବାର ଅଭିଯୋଗ ବି ହୋଇଛି। ଅଷ୍ଟ୍ରେଲିଆ ପୁଲିସ କହିଛି ଯେ ଗତ ଅଗଷ୍ଟ ମାସରେ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ବ ବିଦ୍ୟାଳୟରୁ କିଛି ନିଥିପତ୍ର ଜବତ ହୋଇଥିଲା। ଏଥିରେ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାର ଯୋଜନା ଥିଲା। ପୁଲିସ କହିଛି, ଅର୍ସଲାନ ବିଶ୍ବ ବିଦ୍ୟାଳୟର ୨୫ ବର୍ଷୀୟ ଛାତ୍ର ମହମ୍ମଦ କମେର ନିଜାମୁଦ୍ଦିନର ସହଯୋଗୀ। ନିଜାମୁଦ୍ଦିନକୁ ଅଷ୍ଟ୍ରେଲିଆ ପୁଲିସ ପୂର୍ବରୁ ଗିରଫ କରି ସାରିଛି। ତା’ଠାରୁ ହିଁ ଅର୍ସନାଲ ବିଷୟରେ ପୁଲିସକୁ ସୂଚନା ମିଳିଥିଲା। ଗିରଫ ହେବା ପରେ ତାଙ୍କୁ ଏକ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ଅର୍ସଲାନଙ୍କୁ କେତେକ ସର୍ତରେ ଜାମିନ ମିଳି ଯାଇଥିଲା। ହେଲେ ଅଦାଲତ ତାଙ୍କ ପାର୍ସପ‌ୋର୍ଟକୁ ଜବତ କରି‌ ନେଇଥିଲେ। ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲୀୟ କ୍ରିକେଟର ଉସମାନ ଖୱାଜା ଆହତ ହୋଇ ଅଷ୍ଟ୍ରେଲିଆ ଦଳ ବାହାରେ ଅଛନ୍ତି। ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଚାରି ଟେଷ୍ଟ ଶୃଙ୍ଖଳାରେ ସେ ଦଳକୁ ଫେରିବାର ସମ୍ଭାବନା ରହିଛି। ତେବେ ପଡ଼ିଆ ବାହାର ବିବାଦର ପ୍ରଭାବ ତାଙ୍କ ପ୍ରତ୍ୟାବର୍ତନ ଉପରେ ପଡ଼ିବାର ଯଥେଷ୍ଟ ଅଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe