ଖେଳରତ୍ନ ପୁରସ୍କାର ମନୋନୟନ ପ୍ରତ୍ୟାହାର ପାଇଁ କହିଥିଲି: ଭଜି

Advertisment
ବିଶ୍ବକପ୍‌ ବେଳେ ରାୟୁଡ଼ୁଙ୍କ ପ୍ରତି ଅନ୍ୟାୟ ହୋଇଥିଲା: ଭଜି

LatestLY

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଫସ୍ପିନର୍‌ ହରଭଜନ ସିଂହ ଶନିବାର ଏକ ଦ୍ବନ୍ଦ୍ବାତ୍ମକ ନିଷ୍ପତ୍ତି ଉପରୁ ପରଦା ହଟାଇଛନ୍ତି। ଦେଶର ସର୍ବାଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଁ ତାଙ୍କ ନାମକୁ ପଞ୍ଜାବ ସରକାର ଚୟନ କରିଥିଲେ। କିନ୍ତୁ ମୁଁ ଏହାକୁ ପ୍ରତ୍ୟାହାର କରିନେବାକୁ ନିଜ ଆଡୁ ପରାମର୍ଶ ଦେଇଥିଲି ବୋଲି ହରଭଜନ ଶନିବାର ସ୍ପଷ୍ଟ କରିଦେଇଛନ୍ତି। ମୁଁ ଏଥିପାଇଁ ଏବେ ଯୋଗ୍ୟ ନୁହେଁ ବୋଲି ନିଜର ଏକାଧିକ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ‌ଦେଶର ତୃତୀୟ ସର୍ବାଧିକ ଟେଷ୍ଟ୍‌ ୱିକେଟ୍‌ ହାସଲକାରୀ ଭଜି (୪୧୭ ୱିକେଟ୍‌)। ହରଭଜନ ଲେଖିଛନ୍ତି ‘ପ୍ରିୟ ବଂଧୁମାନେ ପଞ୍ଜାବ ସରକାର ମୋ ନାମକୁ ପ୍ରତ୍ୟାହାର କରିନେବା ପରେ ମୁଁ ଏକାଧିକ ଫୋନ୍ କଲ୍ ପାଇଛି। ସମସ୍ତେ କାରଣ ପଚାରିଛନ୍ତି। ସତ କଥା ହେଉଛି ମୁଁ ଏଥିପାଇଁ ଯୋଗ୍ୟ ନୁହେଁ। ପୂର୍ବ ୩ ବର୍ଷର ଅନ୍ତର୍ଜାତୀୟ ସଫଳତା ଆଧାରରେ ଏହା ପ୍ରଦାନ କରାଯାଇଥାଏ। ତେଣୁ ପଞ୍ଜାବ ସରକାର ମୋ ନାମ ପ୍ରତ୍ୟାହାର କରି କିଛି ଭୁଲ କରିନାହାନ୍ତି।

ଏଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଏଥିପାଇଁ କେହି କଳ୍ପନାଜଳ୍ପନା କରନ୍ତୁ ନାହିଁ। ମୁଁ ସ୍ପଷ୍ଟ କରି‌ ଦେଉଛି ଯେ ଗତବର୍ଷ ପଞ୍ଜାବ ସରକାର ମୋ ନାମକୁ ବିଳମ୍ବରେ ମନୋନୀତ କରିଥିଲେ। ଚଳିତ ବର୍ଷ ଠିକଣା ସମୟରେ ଆବେଦନ କରିଥିଲେ। କିନ୍ତୁ ମୁଁ ଅଯୋଗ୍ୟ ଥିବାରୁ ସରକାରଙ୍କୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ‌ ଦେଇଥିଲି। ଏଣୁ କଳ୍ପନଜଳ୍ପନାର ଅନ୍ତ ଘଟୁ’। ସୂଚନାଯୋଗ୍ୟ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ନିୟମ ଅନୁସାରେ ବିଗତ ୪ ବର୍ଷ ଭିତରେ ଚମତ୍କାର ତଥା ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ଜଣଙ୍କୁ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇପାରିବ’। ପଞ୍ଜାବ ସରକାର ହରଭଜନଙ୍କ ନାମ ପ୍ରତ୍ୟାହାର କରିବା ବେଳେ କୌଣସି କାରଣ ଦର୍ଶାଇନଥିବାରୁ ତାଙ୍କୁ ଏହି କାମ କରିବାକୁ ପଡ଼ିଛି। ଅନିଲ କୁମ୍ବଲେ (୬୧୯) ଏବଂ କପିଳ ଦେବ (୪୩୪)ଙ୍କ ପରେ ତୃତୀୟ ଅଗ୍ରଣୀ ଟେଷ୍ଟ୍ ୱିକେଟଦଖଲକାରୀ ଭାରତୀୟ ବୋଲର ଥିବା ଭଜି ୨୦୦୭ ଟି-୨୦ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ ମଧ୍ୟ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe