ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଲାଗି ଓଡ଼ିଶାରୁ ୪ ମନୋନୀତ

Advertisment
ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ା ଲାଗି ଓଡ଼ିଶାରୁ ୪ ମନୋନୀତ

ଭୁବନେଶ୍ବର: ଚଳିତ ମାସ ୧୧ ତାରିଖରୁ ଜମ୍ମୁ କାଶ୍ମୀରର ଗୁଲମର୍ଗଠାରେ ଆୟୋଜିତ ହେବାକୁ ଯାଉଥିବା ଦ୍ବିତୀୟ ଖେଲୋ ଇଣ୍ଡିଆ ଶୀତକାଳୀନ ଜାତୀୟ କ୍ରୀଡ଼ା ଲାଗି ଓଡ଼ିଶାର ୪ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେହି ଗୁଲମର୍ଗଠାରେ ଗତ ଜାନୁଆରି ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଖେଳାଯାଇଥିବା ସପ୍ତମ ଜାତୀୟ ଆଇସଷ୍ଟକ୍ ସ୍ପୋର୍ଟସ ଚାମ୍ପିଅନସିପ୍‌ରେ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶାର ୩ ଜଣ ଖେଳାଳି ଚନ୍ଦନ ମାହାନା, ଅରବିନ୍ଦ ପାଢ଼ୀ ଓ ସ୍ବରାଜ ମହାପାତ୍ର ଖେଲୋ ଇଣ୍ଡିଆ ଶୀତକାଳୀନ ଜାତୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିଭଳି ଗତବର୍ଷର ପ୍ରଦର୍ଶନ ଆଧାରରେ ସୋନୁ ସେମଲିୟା ମଧ୍ୟ ଏହି ପ୍ରତିଯୋଗିତା ଖେଳିବାକୁ ଟିକେଟ ହାସଲ କରିଛନ୍ତି।

ଜାତୀୟ ଆଇସଷ୍ଟକ୍ ସ୍ପୋର୍ଟସ ଚାମ୍ପିଅନସିପ୍‌ରେ ଭାଗ ନେଇଥିବା ୫ ଜଣିଆ ଓଡ଼ିଶା ଦଳରୁ କିନ୍ତୁ କୁନାଲ ବେହେରା ଏବଂ ଅନୁଜ ଚୌଧୁରୀ ଉପକନିଷ୍ଠ ବର୍ଗରେ କାଂସ୍ୟ ଜିତିଥିଲେ। ଏହି ଖେଳାଳିଙ୍କ ସହ ଆଶୁତୋଷ ନାୟକ ପ୍ରଶିକ୍ଷକ ଏବଂ ଭବାନୀ କୁମାରୀ ସାହୁ ପ୍ରବନ୍ଧକ ଭାବେ ଗୁଲମର୍ଗ ଯାଇଥିଲେ। ଜମ୍ମୁ କାଶ୍ମୀରରେ ସଫଳ ପ୍ରଦର୍ଶନ କରି ଝାରସୁଗୁଡ଼ା ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ଓଡ଼ିଶା ଦଳକୁ ଅରବିନ୍ଦ ବାରିକ, ପ୍ରେମ ସିଂହ ଥାପ୍ପା, ରବୀନ୍ଦ୍ର ଚୌଧୁରୀ, ଅମ୍ବିକା‌ ନାଥ ପ୍ରମୁଖ ସେମାନଙ୍କୁ ସ୍ବାଗତ ସମ୍ବର୍ଧନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe