ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ା ଅବସରରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥାନ (ନାଡା) ପାଖା ପାଖି ୫୦୦ ପ୍ରତିଯୋଗୀଙ୍କର ଡୋପ୍ ପରୀକ୍ଷଣ କରିବ। ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ ଶକ୍ତି ବର୍ଦ୍ଧକର ସେବନ ଦିନକୁ ଦିନ ବଢ଼ି ବଢ଼ି ଚାଲିଥିଲା ବେଳେ ଏହାକୁ ଆଖି ଆଗରେ ରଖି ନାଡା ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବୟସର ପାଖା ପାଖି ୫,୦୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ସେଥିମଧ୍ୟରୁ ବାର୍ଷିକ ୫ ଲକ୍ଷ ଟଙ୍କାର ବୃତ୍ତି ପାଇଁ ୧,୦୦୦ ଖେଳାଳି ମନୋନୀତ ହେବେ।
ଖେଲୋ ଇଣ୍ଡିଆରେ ଡୋପ୍ଟେଷ୍ଟ୍ ହେବ
Advertisment
Follow Us