ଖେଲୋ ଇଣ୍ଡିଆ ସ୍କୁଲ୍‌ କ୍ରୀଡ଼ା ଦର୍ଶକଙ୍କ ସଂଖ୍ୟା ୧୦ କୋଟି ଟପିଲା

ଖେଲୋ ଇଣ୍ଡିଆ ସ୍କୁଲ୍‌ କ୍ରୀଡ଼ା ଦର୍ଶକଙ୍କ ସଂଖ୍ୟା ୧୦ କୋଟି ଟପିଲା

ନୂଆଦିଲ୍ଲୀ: ଖେଲୋ ଇଣ୍ଡିଆ ସ୍କୁଲ୍‌ କ୍ରୀଡ଼ା (କେଆଇଏସ୍‌ଜି) ଉଦ୍‌ଘାଟନୀ ସଂସ୍କରଣ ଦର୍ଶକଙ୍କ ସଂଖ୍ୟା ୧୦୦ ନିୟୁତ ବା ୧୦ କୋଟି ଟପିଛି। ଚଳିତ ବର୍ଷ ଏହି ପ୍ରତିଯୋଗିତାକୁ ଟିଭି ମାଧ୍ୟମରେ ୧୦୨ ନିୟୁତ ୧୦.୨ କୋଟି ଲୋକ ଦେଖିଛନ୍ତି। ମୁଁ ବହୁତ ଖୁସି, ଭାରତୀୟ ଖେଳପ୍ରେମୀ କେଆଇଏସ୍‌ଜିକୁ ଭରପୂର ଉପଭୋଗ କରିଛନ୍ତି। ଯାହାକି ନୂଆ ସଂଭାବନାମାନଙ୍କ ମନୋବଳକୁ ଦୃଢ଼ କରିଛି। ଫଳରେ ଏମାନେ ଭାରତୀୟ କ୍ରୀଡ଼ାକୁ ଅଗକୁ ନେବାକୁ ପ୍ରେରଣା ପାଇଛନ୍ତି ବୋଲି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର କହିଛନ୍ତି। ଏହି ପ୍ରତିଯୋଗିତାକୁ ଭାରତୀୟମାନେ ଯେଉଁ ପ୍ରକାର ଭଲପାଇବା ଦେଇଛନ୍ତି।

ଯାହାକି ନୂଆ ପିଢ଼ି ପାଇଁ ଉତ୍ସାହ ଯୋଗାଇଛି। ଫଳରେ କେଆଇଏସ୍‌ଜି ଆଗାମୀ ୪-୫ ବର୍ଷ ମଧ୍ୟରେ ବିଶ୍ୱସ୍ତରୀୟ ହୋଇପାରିବ ବୋଲି ରାଠୋର ଆଶା ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, ହରିଆନା ୩୮ ସ୍ୱର୍ଣ୍ଣ, ୨୬ ରୌପ୍ୟ ଓ ୩୮ କାଂସ୍ୟ ସହ କେଆଇଏସ୍‌ଜିର ଉଦ୍‌ଘାଟନୀ ସଂସ୍କରଣ ବିଜେତା ହୋଇଛି। ମହାରାଷ୍ଟ୍ର ୩୬ ସ୍ୱର୍ଣ୍ଣ, ୩୨ ରୌପ୍ୟ ଓ ୪୨ କାଂସ୍ୟ ସହ ଉପବିଜେତା ହୋଇଥିଲା ବେଳେ ଓଡ଼ିଶା ୩ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୯ ପଦକ ପାଇ ପଞ୍ଚଦଶ ସ୍ଥାନରେ ଅଭିଯାନ ଶେଷ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe