ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା, ପୁନିତଙ୍କୁ କାଂସ୍ୟ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା, ପୁନିତଙ୍କୁ କାଂସ୍ୟ

ଭୁବନେଶ୍ବର: ବେଙ୍ଗାଲୁରୁର ଜୈନ ବିଶ୍ବବିଦ୍ୟ‌ାଳୟଠାରେ ଚାଲିଥିବା ଦ୍ୱିତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ମଙ୍ଗଳବାର ଓଡ଼ିଶାକୁ ଗୋଟିଏ ପଦକ ମିଳିଛି। ଏହି ପଦକଟି କିଟ୍‌ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ପୁନିତ ଚନ୍ଦ୍ର ସାହୁ ଭାରୋତ୍ତୋଳନରେ ଜିତିଛନ୍ତି। ପୁରୁଷ ୯୬ କେଜି ବର୍ଗରେ ପୁନିତ ୨୮୫ କେଜି (୧୧୫ କେଜି ସ୍ନାଚ୍‌ ଏବଂ ୧୭୦ କେଜି କ୍ଲିନ୍‌ ଓ ଜର୍କ) ଉଠାଇ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପକଟେସ୍ଥ କରିଥିଲେ। ପୁନିତଙ୍କୁ କିଟ୍‌-କିସ୍‌ ମୁଖ୍ୟ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି। ପୁନିତଙ୍କ କାଂସ୍ୟ ସହ ଓଡ଼ିଶାର ପଦକ ସଂଖ୍ୟା ତୃତୀୟ ଦିନ ସୁଦ୍ଧା ୬ (୧ ସ୍ବର୍ଣ୍ଣ, ୩ ରୌପ୍ୟ, ୨ କାଂସ୍ୟ)ରେ ପହଞ୍ଚିଛି। ପୂର୍ବରୁ ଭରୋତ୍ତୋଳନରେ ସ୍ନେହା ସୋରେନ୍‍ ସ୍ବର୍ଣ୍ଣ, ପ୍ରମିଳା କିର୍ସାନି ଓ ମୋତି ଜାନି ରୌପ୍ୟ ଏବଂ ରାଜେନ୍ଦ୍ର ମୁଦୁଲି କାଂସ୍ୟ ପଦକ ଜିତିଥିଲା ବେଳେ ପ୍ରତ୍ୟାଶା ରାୟ ସନ୍ତରଣରେ ‌ରୌପ୍ୟ ପଦକ କରାୟତ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe