ଉଦ୍‌ଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା

Advertisment
ଉଦ୍‌ଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା

ଲକ୍ଷ୍ନୌ: ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ଔପଚାରିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ପାଖାପାଖି ୪ହଜାର କ୍ରୀଡ଼ାବିତ୍‌ ଉପସ୍ଥିତ ଥିଲେ। ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ଉଦ୍‌ଘାଟନୀ କରିବା ଅବସରରେ ରାମାୟଣର କାହାଣୀକୁ ଦୃଶ୍ୟଚିତ୍ର ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ପରେ ଦ୍ରୋଣାଚାର୍ଯ୍ୟ ଓ ଅର୍ଜୁନ ମଧ୍ୟରେ ଥିବା ଗୁରୁ-ଶିଷ୍ୟ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା। କ୍ରୀଡ଼ା ଟର୍ଚ୍ଚ ‘ଶକ୍ତି’ କୁ ଆୟୋଜକ ବିବିଡି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏନ୍‌ସିସି କ୍ୟାଡେଟ୍‌ମାନେ ସ୍ବାଗତ କରିଥିଲେ। ଅଲମ୍ପିଆନ୍‌ ସୁଧା ସିଂହ, ଦାନିଶ ମୁଜତାବା, ବିଜୟ ଯାଦବ, ଭାରତୀୟ ହକି ଖେଳାଳି ପ୍ରୀତି ଦୁବେ ଏହି ଟର୍ଚ୍ଚକୁ ଷ୍ଟାଡିୟମ ଆଣିଥିଲେ।

ଏହି ଟର୍ଚ୍ଚ ୨୦ ଦିନ ଧରି ରାଜ୍ୟ ପରିକ୍ରମା କରିଥିଲା। ଶେଷରେ ଅଫିସିଆଲ୍‌ ଆନ୍ଥେମ ‘ଖେଲୋ ଇଣ୍ଡିଆ-ହର ଦିଲ୍‌ ମେଁ ଦେଶ’କୁ କୈଳାଶ ଖେର୍‌ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ରାଷ୍ଟ୍ରମନ୍ତ୍ରୀ ନିତେଶ ପରମାଣିକ, ଉପ ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ରାଷ୍ଟ୍ରମନ୍ତ୍ରୀ ଗିରିଶ ଚନ୍ଦ୍ର ଯାଦବ, କ୍ୟାବିନେଟ୍‌ମନ୍ତ୍ରୀ ରାକେଶ ସାଚନ, ଉତ୍ତରପ୍ରଦେଶ ରାଜ୍ୟ ଅତିରିକ୍ତ ମୁଖ୍ୟ ସଚିବ ନବନୀତ ସେହଗଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe