ଭୁବନେଶ୍ବର: କର୍ଣ୍ଣାଟକର ବଗଲକୋଟରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ମହିଳା ଉଷୁ ଲିଗ୍ ଦକ୍ଷିଣ ଜୋନ୍ରେ ଓଡ଼ିଶା ଖେଳାଳିମାନେ ମୋଟ ୧୯ ପଦକ ସହ ଦ୍ବିତୀୟ ରନର୍ସ ଅପ୍ ଟ୍ରଫି ଜିତିଛନ୍ତି। ଓଡ଼ିଶା ଦଳ ୮ ସ୍ବର୍ଣ୍ଣ ପଦକ ଜିତି ଗୌରବ ଆଣିଛନ୍ତି। ଈତିଶ୍ରୀ ପ୍ରିୟଦର୍ଶିନୀ, ସୁମନ ପାତ୍ର, ଶ୍ବେତାରାଣୀ ମହାନ୍ତ, ସବିତା ମୁଣ୍ଡା, ମଞ୍ଜୁ ମୁଣ୍ଡା, ଜ୍ୟୋତ୍ସ୍ନାରାଣୀ ଜେନା, ଜ୍ୟୋତ୍ସ୍ନାରାଣୀ ମୁଦୁଲି, କୌଶିକା ରାଉତରାୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୁପୂର ପଟ୍ଟନାୟକ, ପାୟଲ ପଟ୍ଟନାୟକ, ରାଉଡ଼ି ମାରାଣ୍ଡି ରୌପ୍ୟ ପଦକ ଜିତିଛନ୍ତି। ରୀତା ସେଠୀ, ଅନୁସୂୟା ବାରିକ, ଅନ୍ବେଷା ପଲ୍ଲାଇ, ମାମାଲି ଜେନା, ଦିବ୍ୟକାନ୍ତି ଓରାମ, ଆର୍ ପଦ୍ମା, ଅର୍ପିତା ପ୍ରଧାନ, ଲକ୍ଷ୍ମୀ ମୁଣ୍ଡା କାଂସ୍ୟ ପଦକ ଜିତିଛନ୍ତି। ପଙ୍କଜ ମହାନ୍ତ, ନଟବର ସେଠୀ, ସଂଗ୍ରାମ ମହାନ୍ତି ଦଳର ପ୍ରଶିକ୍ଷକ ଭାବେ ଗସ୍ତ କରିଥିଲେ। ୩୦ ଜଣ ଖେଳାଳିଙ୍କ ସହ ଓଡ଼ିଶାରୁ ଏକ ୩୭ ଜଣିଆ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା।
ଖେଲୋ ଇଣ୍ଡିଆ ମହିଳା ଉଷୁ ଲିଗ୍: ଓଡ଼ିଶାକୁ ୧୯ ପଦକ
Advertisment
Follow Us