ପୁଣେ : ଓଡ଼ିଶା ଜଗରନଟ୍ସ ଦଳ ଅଲ୍ଟିମେଟ୍ ଖୋଖୋ ପ୍ରତିଯୋଗିତାରେ ଶୁକ୍ରବାର ଦ୍ବିତୀୟ ବିଜୟ ପାଇଛି। ସ୍ଥାନୀୟ ଶ୍ରୀ ଶିବ ଛତ୍ରପତି ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଖେଳାଯାଇଥିବା ଶୁକ୍ରବାରର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଦଳ ୧୯ (୬୫-୪୬) ପଏଣ୍ଟ୍ ବ୍ୟବଧାନରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କରିଥିଲା। ସୁଭାଶିଷ ସାନ୍ତ୍ରା ଚମତ୍କାର ଡାଇଭ୍ ମାରି ରାଜସ୍ଥାନ ୱାରିୟର୍ସର ୫ ଡିଫେଣ୍ଡରଙ୍କୁ ଡିସ୍ମିସ୍ କରି ୧୪ ପଏଣ୍ଟ ପକେଟସ୍ଥ କରିଥିଲେ। ତାଙ୍କ ସହ ନୀଲେଶ ଯାଦବ ୯ ପଏଣ୍ଟ୍ ଓ ଆଦିତ୍ୟ କୁଦାଲେ ୮ ପଏଣ୍ଟ୍ ହାସଲ କରି ଓଡ଼ିଶା ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ରାଜସ୍ଥାନ ପକ୍ଷରୁ ଅଧିନାୟକ ମଜାହର ଜମାଦାର ୨୩ ପଏଣ୍ଟ୍ ଅର୍ଜନ କରିଥିଲେ ମଧ୍ୟ ଦଳ ପରାଜୟ ପଟେ ରହିଯାଇଥିଲା। ପୂର୍ବରୁ ଏହି ଓଡ଼ିଶା ଭିତ୍ତିକ ଦଳ ଚେନ୍ନାଇ କୁଇକ୍ ଗନ୍ସକୁ ହରାଇଥିଲା ବେଳେ ଗୁଜରାଟ ଜାଏଣ୍ଟସ୍ଠୁ ପରାଜିତ ହୋଇଥିଲା।
ଖୋଖୋ ପ୍ରତିଯୋଗିତା: ଜଗରନଟ୍ସର ଦ୍ବିତୀୟ ବିଜୟ
Advertisment
Follow Us