Zee News
ନୂଆଦିଲ୍ଲୀ: ଇନ୍ଦୋରରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟରେ ଭାରତ ଶନିବାର ବାଂଲାଦେଶ ବିପକ୍ଷରେ ବିଜୟୀ ହୋଇଛି। ଏହା ଭାରତର ରନ୍ ବ୍ୟବଧାନ ଦୃଷ୍ଟିରୁ ୧୪ତମ ସର୍ବବୃହତ୍ତ ଓ ବାଂଲାଦେଶ ବିପକ୍ଷରେ ତୃତୀୟ ସର୍ବବୃହତ୍ତ ବିଜୟ ଥିଲା। ଏହା ପୂର୍ବରୁ ଢାକାରେ ଭାରତ ଉଭୟ ବିଶାଳ ବିଜୟ ଲାଭ କରିଥିଲା। ଭାରତର ବିଜୟରେ ଅଧିନାୟକ ବିରାଟ କୋହଲି ବହୁତ ଖୁସି ହୋଇଛନ୍ତି।
ଏହି ମ୍ୟାଚରେ ବିରାଟଙ୍କ ଟିମ୍ ବାଂଲାଦେଶକୁ ଗୋଟିଏ ପାଳି ଓ ୧୩୦ ରନରେ ପରାସ୍ତ କରିଛି। ପ୍ରଥମେ ବାଂଲାଦେଶକୁ ୧୫୦ ରନ୍ରେ ଅଲଆଉଟ କରିବା ପରେ ଭାରତ ପ୍ରଥମ ପାଳିରେ ୪୯୩ ରନ୍ ସଂଗ୍ରହ କରି ୩୪୩ ରନ୍ ଅଗ୍ରଣୀ ଥିଲା। ବାଂଲାଦେଶ ଦ୍ୱିତୀୟ ପାଳିରେ ୨୧୩ ରନ୍ କରି ସମସ୍ତ ଓ୍ଵିକେଟ ହରାଇଥିଲା। ମ୍ୟାଚ୍ ସଂପର୍କରେ ବିରାଟ କୋହଲି କହିଛନ୍ତି, ମୁଁ ଏତେ ଖୁସି ଅଛି ଯେ, ବୁଝି ପାରୁନାହିଁ କ’ଣ କହିବି।
ମ୍ୟାଚ୍ ପରେ ବିରାଟ କୋହଲି କହିଛନ୍ତି, ସତ କଥା କହିବାକୁ ଗଲେ ଟିମ୍ ସବୁ ଦିଗରୁ ଭଲ ପ୍ରଦର୍ଶନ କରିଛି। ଦ୍ରୁତ ବୋଲରମାନେ ଭଲ ବୋଲିଂ କରିଛନ୍ତି। ସେମାନେ ଯେତେବେଳେ ବୋଲିଂ କରୁଛନ୍ତି, ପିଚ୍ ଆଉ କିଛି ହୋଇଯାଉଛି। ବର୍ତ୍ତମାନ ଯଶପ୍ରୀତ ବୁମାର ଟିମ୍ରେ ନାହାନ୍ତି। ସେ ଯେତେବେଳେ ଫେରିବେ, ଆମର ବୋଲର ଆକ୍ରମକ ଓ ଘାତକ ପାଟଲିଯିବେ।
ବିରାଟ କୋହଲି କହିଛନ୍ତି, ଏଭଳି ବୋଲିଂ ସଂଯୋଜନ କୌଣସି ଅଧିନାୟକଙ୍କ ପାଇଁ ସ୍ୱପ୍ନ ଭଳି। କାରଣ ସ୍ଲିପରେ ଛିଡ଼ା ହୋଇଥିବା ଖେଳାଳିଙ୍କୁ ପ୍ରସ୍ତୁତ ରହିବାକୁ ପଡ଼ିଥାଏ। କାରଣ ଯେକୌଣସି ମୂହୁର୍ତ୍ତରେ ବଲ ତାଙ୍କ ପାଖକୁ ଯାଇପାରେ। ଏଭଳି ମଜବୁତ ବୋଲର ହେବା ବହୁତ ଗୁରୁତ୍ୱପୂର୍ଣ୍ଣ।
Follow Us