ଦକ୍ଷିଣ ପଶ୍ଚିମ କିକ୍ ବକ୍ସିଂରେ ଓଡ଼ିଆଙ୍କୁ ୧୩ ପଦକ

Advertisment
ଦକ୍ଷିଣ ପଶ୍ଚିମ କିକ୍ ବକ୍ସିଂରେ ଓଡ଼ିଆଙ୍କୁ ୧୩ ପଦକ

ଭୁବନେଶ୍ବର: ମହାରାଷ୍ଟ୍ରର ସିରିଡ଼ିଠାରେ ଆୟୋଜିତ ଦକ୍ଷିଣ ପଶ୍ଚିମ କିକ୍ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳିଙ୍କୁ ୧୩ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ରାଜ୍ୟର ୧୦ ଜଣ ପ୍ରତିଯୋଗୀ ଓ ୨ ଜଣ ଅଧିକାରୀ ଯୋଗ ଦେଇଥିଲେ। ସେଥିମଧ୍ୟରେ ୮ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ ଥିଲା। ଏଥିରେ ଭୁବନେଶ୍ବର କିକ୍ ବକ୍ସିଂ ସଂଘର ସଂପାଦକ ଜିତେନ୍ଦ୍ର କୁମାର ରାଉତ ଶ୍ରେଷ୍ଠ ରେଫରି ପୁରସ୍କାର ଲାଭ କରିଥିଲେ। ଦାରିଙ୍ଗବାଡ଼ିର ଅମିତ୍ କୁମାର ପ୍ରଧାନ ମଧ୍ୟ ସଫଳତାର ସହ ରେଫରି ଦାୟିତ୍ବ ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ଏହି ସଫଳତା ଲାଗି ଗୁରୁବାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓଡ଼ିଶା ଦଳକୁ ସମ୍ବର୍ଧିତ କରିଛନ୍ତି। ରୁଦ୍ର ନାରାୟଣ ସାମନ୍ତରାୟ, ସାରଦା ପ୍ରସନ୍ନ ଦାସ, ପ୍ରସନ୍ନ ପାଣି, ଅଭି‌ଷେକ ଗୁପ୍ତା, ବିମଳ କୁମାର ସାହୁ, ସୌମ୍ୟ ରଞ୍ଜନ ମହାପାତ୍ର, ବିଶ୍ବନାଥ ସ୍ବର୍ଣ୍ଣକାର ପ୍ରମୁଖ କୃତୀ ‌ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe