ବେଙ୍ଗାଲୁରୁ: କିକ୍ ବକ୍ସିଂ ପ୍ରତିଯୋଗିତା ବେଳେ ଚାଲିଯାଇଛି କିକ୍ ବକ୍ସରଙ୍କ ଜୀବନ। ଏହି ଦୁଃଖଦ ତଥା ହୃଦୟ ବିଦାରକ ଘଟଣା ଏଠାରେ ଆୟୋଜିତ ରାଜ୍ୟସ୍ତରୀୟ କିକ୍ ବକ୍ସିଂ ପ୍ରତିଯୋଗିତା ଅବସରରେ ଘଟିଛି। ମୃତକଜଣକ ୨୩ ବର୍ଷୀୟ ନିଖିଳ ବୋଲି ଜଣାପଡ଼ିଛି। ମହିଶୁର ବାସିନ୍ଦା ନିଖିଳ ଗତ ୧୦ ତାରିଖରେ ଲଢ଼େଇ କରୁଥିଲା ବେଳେ ପ୍ରତିପକ୍ଷଙ୍କ ମୁଥ ମାଡ଼ରେ ହଠାତ୍ ତଳେ ପଡ଼ିଯାଇଥିଲେ। ଅଚେତ ଅବସ୍ଥାରେ ତାଙ୍କୁ ଜିଏମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତିନି ଦିନ ଲଢ଼େଇ କରିବା ପରେ ଶେଷରେ ବୁଧବାର ଜୀବନ ଯୁଦ୍ଧରେ ହାରି ଯାଇଥିଲେ ସେ। ଏହି ଘଟଣାରେ ନିଖିଳଙ୍କ ପିତା ମାତା ପ୍ରତିଯୋଗିତାର ଆୟୋଜକଙ୍କ ବିରୋଧରେ ଅବହେଳା ତଥା ଡାକ୍ତରୀ ସୁବିଧା କରିନଥିବାର ଅଭିଯୋଗ ଆଣିଛନ୍ତି। ତାଙ୍କ ପ୍ରଶିକ୍ଷକ ମଧ୍ୟ ଟ୍ବିଟ୍ କରି ଆୟୋଜକଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ପ୍ରତିଯୋଗିତା ସ୍ଥଳରେ ଆମ୍ବୁଲାନ୍ସ ସହ ପ୍ରଶିକ୍ଷିତ ସ୍ବାସ୍ଥ୍ୟକର୍ମୀ ଥିଲେ ନିଖିଳଙ୍କ ଜୀବନ ବଞ୍ଚି ଯାଇପାରିଥା’ନ୍ତା ବୋଲି କହିଛନ୍ତି ସେ। ଅନ୍ୟପକ୍ଷରେ ବେଙ୍ଗାଲୁରୁ ପୁଲିସ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ରିଙ୍ଗ୍ ଭିତରେ ଚାଲିଗଲା କିକ୍ ବକ୍ସରଙ୍କ ଜୀବନ
Advertisment
Follow Us