ପୋଲାର୍ଡ-ପୂରନଙ୍କ ଶତକୀୟ ଭାଗୀଦାରି

Advertisment
ପୋଲାର୍ଡ-ପୂରନଙ୍କ ଶତକୀୟ ଭାଗୀଦାରି

କଟକ : ୧୪୪ ରନ୍‌ରେ ୪ ୱିକେଟ୍ ହରାଇଥିବା ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ (୭୪*) ଏବଂ ଯୁବ ତାରକା ନିକୋଲାସ ପୂରନ (୮୯)ଙ୍କ ଦ୍ରୁତ ବ୍ୟାଟିଂ ପାଇଁ ନିର୍ଧାରିତ ୫୦ ଓଭରରେ ୫ ୱିକେଟ୍ ବିନିମୟରେ ୩୧୫ ରନ୍‌ର ବଡ଼ ସ୍କୋର କରି ନେଇଥିଲା। ପୋଲାର୍ଡ-ପୂରନ ପଞ୍ଚମ ୱିକେଟରେ ୯୮ ବଲ୍‌ରୁ ୧୩୫ ରନ୍ ସଂଗ୍ରହ କରିଥିଲେ। ୮୯ ରନ୍‌ରେ ସାର୍ଦୁଲ ଠାକୁରଙ୍କ ଦ୍ବାରା ଆଉଟ୍ ହେବା ପୂର୍ବରୁ ପୂରନ ବାରବାଟୀରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସର୍ବାଧିକ ବ୍ୟକ୍ତଗତ ରନ୍ କରି ନେଇଥିଲେ। ଏହି କ୍ରମରେ ସେ ମହାନ ଖେଳାଳି ବ୍ରାଏନ ଲାରାଙ୍କ ସମକକ୍ଷ ହୋଇଥିଲେ। ଲାରା ୧୯୯୪ରେ ଏଠାରେ ସମାନ ୮୯ ରନ୍ କରିଥିଲେ। ଅନ୍ୟପକ୍ଷରେ ପୋଲାର୍ଡ ଦଶମ ଅର୍ଧଶତକ ହାସଲ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ପୂରନ ଆଜି ନିଜ ପଞ୍ଚମ ଅର୍ଧଶତକ ହାସଲ କରିଥିଲେ। ପୋଲାର୍ଡ-ପୂରନଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ଇଣ୍ଡିଜ୍ ଶେଷ ୧୦ ଓଭରରୁ ୧୧୮ ରନ୍ ସଂଗ୍ରହ କରି ନେଇଥିଲା। ଭାରତ ତା’ର ଏକମାତ୍ର ରିଭ୍ୟୁ ପ୍ରତିପକ୍ଷ ଅଧିନାୟକ ପୋଲାର୍ଡଙ୍କ ବିପକ୍ଷରେ ନେଇ ବିଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe