ପୂର୍ବ ଜୋନ୍‌ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ହକି:  କିଟ୍‌ ଜିତିଲା, ହାରିଲା ରେଭେନ୍ସା

ରାଉରକେଲାରେ ଚାଲିଥିବା ପୂର୍ବ ଜୋନ୍‌ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ଗୁରୁବାର ଓଡ଼ିଶାର ଦୁଇଟି ବିଶ୍ବବିଦ୍ୟାଳୟ, କିଟ୍‌ ଓ ରେଭେନ୍ସା ପଡ଼ିଆକୁ ଓହ୍ଲାଇଥିଲେ। ତେବେ କିଟ୍‌ ବିଜେତା ହୋଇଥିବାବେଳେ ରେଭେନ୍ସା ପରାଜୟର ସମ୍ମୁଖୀନ ହୋଇଛି।

80550f0b-3cd4-427e-8208-3c722f164ce0
ରାଉରକେଲା: ଏଠାରେ ଚାଲିଥିବା ପୂର୍ବ ଜୋନ୍‌ ଅନ୍ତଃ ବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ଗୁରୁବାର ଓଡ଼ିଶାର ଦୁଇଟି ବିଶ୍ବବିଦ୍ୟାଳୟ, କିଟ୍‌ ଓ ରେଭେନ୍ସା ପଡ଼ିଆକୁ ଓହ୍ଲାଇଥିଲେ। ତେବେ କିଟ୍‌ ବିଜେତା ହୋଇଥିବାବେଳେ ରେଭେନ୍ସା ପରାଜୟର ସମ୍ମୁଖୀନ ହୋଇଛି।
କିଟ୍‌ ଏକତରଫାଭାବେ ୭-୨ ଗୋଲ୍‌ରେ କୋଲକାତାକୁ ପରାସ୍ତକରିଛି। କିଟ୍‌ର ଅମ୍ରିତ ଡୁଙ୍ଗଡୁଙ୍ଗ(୫୪,୫୬,୫୮ ମିନିଟ୍‌) ଓ ଆଲୋକ ମିଞ୍ଜ(୯,୧୫,୩୮ ମିନିଟ୍‌) ହ୍ୟାଟ୍ରିକ୍‌ ଗୋଲ୍‌ ଦେଇଥିବାବେଳେ ଅଶୋକ ଲାକ୍ରା ଗୋଟିଏ ଗୋଲ୍‌(୧୩) ଦେଇଥିଲେ। ଜବାବରେ କୋଲକାତା ବିଶ୍ବବିଦ୍ୟାଳୟର ଆରିତ୍ର ଗୁହା(୨୫) ଓ ରାହୁଲ ଶର୍ମା(୩୦) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ସେହିଭଳି ହେମଚନ୍ଦ ଯାଦବ ବିଶ୍ବବିଦ୍ୟାଳୟ ୪-୦ ଗୋଲ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛି। ହେମଚନ୍ଦ ଯାଦବ ବିଶ୍ବବିଦ୍ୟାଳୟର କ୍ରିଷ୍ଣା ସେନ୍‌ ୨ଟି(୧୫, ୨୧ ମିନିଟ୍‌) ଏବଂ ଈଶ୍ବର ସାହୁ(୩୫) ଓ ଲକ୍ଷ୍ମଣ ସାହୁ(୪୦) ଗୋଟିଏ ଲେଖାଏ ଗୋଲ୍‌ ସ୍କୋର୍‌ କରିଥିଲେ।

ଏକତରଫାଭାବେ ୭-୨ ଗୋଲ୍‌ରେ କୋଲକାତାକୁ କିଟ୍‌ ପରାସ୍ତକରିଛି। ରାଞ୍ଚି ବିଶ୍ବବିଦ୍ୟାଳୟ ୮-୧ ଗୋଲ୍‌ରେ ମଣିପୁର ବିଶ୍ବବିଦ୍ୟାଳୟକୁ ପରାସ୍ତକରିଛି। 

ରାଞ୍ଚି ବିଶ୍ବବିଦ୍ୟାଳୟ ୮-୧ ଗୋଲ୍‌ରେ ମଣିପୁର ବିଶ୍ବବିଦ୍ୟାଳୟକୁ ପରାସ୍ତକରିଛି। ରାଞ୍ଚିର ନୀରଜ ଲାକ୍ରା(୨୯,୩୭,୫୮ ମିନିଟ୍‌) ୩ଟି ଗୋଲ୍‌ ଦେଇଥିବାବେଳେ ଫ୍ଲାବିଅସ୍‌ ତିର୍କି ୨ଟି(୪୬,୫୬) ଏବଂ ବିର୍ସା ଭେଙ୍ଗରାଜ(୭), ସନ୍ଦୀପ ଡୋଡ଼ରାୟ(୩୬) ଓ ବିଲସନ ଡୋଡ଼ରାୟ(୩୯) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ତେବେ ସହିଦ ନନ୍ଦ କୁମାର ପଟେଲ ବିଶ୍ବବିଦ୍ୟାଳୟ ଓ ସନ୍ଥ ଗହୀର ଗୁରୁ ବିଶ୍ବବିଦ୍ୟାଳୟ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe