ଏୟାର ଇଣ୍ଡିଆ ସହ ପଏଣ୍ଟ୍‌ ବାଣ୍ଟିଲେ କିଟ୍‌ ମହିଳା

ଜାତୀୟ ଦଳଗତ ଚେସ୍‌

କିଟ୍‌ରେ ଜାତୀୟ ଦଳଗତ ଚେସ୍‌ ଆରମ୍ଭ

ଭୁବନେଶ୍ୱର: କିଟ୍‌ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ ଏବଂ ସର୍ବଭାରତୀୟ ଚେସ୍‌ ସଂଘର ମିଳିତ ଆନୁକୂଲ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ୩୮ତମ ଜାତୀୟ ଦଳଗତ ଚେସ୍‌ ଏବଂ ୧୬ତମ ଜାତୀୟ ମହିଳା ଦଳଗତ ଚେସ୍‌ ପ୍ରତିଯୋଗିତାରେ ଶୁକ୍ରବାର ପୂର୍ବ ବିଜେତା ଏୟାର ଇଣ୍ଡିଆ ସହ କିଟ୍‌ ମହିଳା ଦଳ ପଏଣ୍ଟ୍‌ ଭାଗ କରିଛି। କ୍ୟାଣ୍ଡିଡେଟ୍‌ ମାଷ୍ଟର ଅପରାଜିତା ଗୋଛିକାରଙ୍କ ନେତୃତ୍ୱରେ ଫିଡେ ମାଷ୍ଟର ସାଇନା ସାଲୋନିକା, ସ୍ମାରକୀ ମହାନ୍ତି, ଶ୍ରୀବିନ୍ଦା ରାଉତ ଓ ନମିତା ହାଁସ୍‌ଦାଙ୍କ ନେଇ ଗଠିତ କିଟ୍‌ ଦଳ ଚମତ୍କାର ପ୍ରଦର୍ଶନ ଜରିଆରେ ପୂର୍ବ ବିଜେତା ତଥା ଦ୍ୱିତୀୟ ମାନ୍ୟତା ଏୟାର ଇଣ୍ଡିଆ ସହ ୨-୨ରେ ମୁକାବିଲା ଅମୀଂମାସିତ ରଖିଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ସାଇନା ୫ ଥର ଜାତୀୟ ବିଜୟିନୀ ଆଇଏମ୍‌ ବିଜୟଲକ୍ଷ୍ମୀ ଏସ୍‌ଙ୍କୁ ଏବଂ ସ୍ମାରକୀ ଡବ୍ଲୁଜିଏମ୍‌ ଭକ୍ତି କୁଲ୍‌କର୍ଣ୍ଣିଙ୍କୁ ପରାସ୍ତ କରିଥିଲେ। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଦଳର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ତୃତୀୟ ପର୍ଯ୍ୟାୟରେ କିଟ୍‌ର ମୁକାବିଲା ତାମିଲନାଡୁ ସହ ହେବ। ଅନ୍ୟପକ୍ଷରେ ଶୁକ୍ରବାର ଓପନ୍‌ ବର୍ଗରେ କିଟ୍‌ ଦଳ ୩-୧ରେ ସ୍ପୋର୍ଟସ୍‌ ନିୟଂତ୍ରଣ ବୋର୍ଡକୁ ପରାସ୍ତ କରିଥିଲା ବେଳେ ଓଡ଼ିଶା-ଏ ୨.୫-୧.୫ରେ ଗୁଜରାଟକୁ, ଓଡ଼ିଶା ଏମ୍‌ସିଏଫ୍‌-୩ ୩-୧ରେ ହିମାଚଳ ପ୍ରଦେଶକୁ, ଓଡ଼ିଶା ଏମ୍‌ସିଏଫ୍‌-୨ ୨.୫-୧.୫ରେ ମହାରାଷ୍ଟ୍ରକୁ ଏବଂ ଓଡ଼ିଶା ଏମ୍‌ସିଏଫ୍‌-୪ ୩.୫-୦.୫ରେ ହରିଆନାକୁ ପରାସ୍ତ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe