କଳିଙ୍ଗ ପ୍ରିମିୟର୍ ଲିଗ୍: ବିଜେତାକୁ ମିଳିବ ୧.୧ ଲକ୍ଷ

Advertisment
କଳିଙ୍ଗ ପ୍ରିମିୟର୍ ଲିଗ୍: ବିଜେତାକୁ ମିଳିବ ୧.୧ ଲକ୍ଷ

ଭୁବନେଶ୍ବର : ଆଇଆର୍‌ସି ଭିଲେଜସ୍ଥିତ କଳିଙ୍ଗ କ୍ରିକେଟ୍ କ୍ଲବ୍‌ (କେସିସି) ପକ୍ଷରୁ ପ୍ରଥମ ସଂସ୍କରଣର କଳିଙ୍ଗ ପ୍ରିମିୟର୍‌ ଲିଗ୍ (କେପିଏଲ୍‌) ଗ୍ରାଉଣ୍ଡ୍ ସଟ୍‌ ଟେନିସ୍ ବଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଆୟୋଜନ କରାଯାଇଛି। କୋଭିଡ୍‌ରେ ନିହତ ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରପ୍ରକାଶ ମିସାଲେଙ୍କ ସ୍ମାରକୀ ଭାବେ ଏହା ଏପ୍ରିଲ୍‌ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ନୂଆପଲ୍ଲୀ ଏନ୍‌୪ ‌ପ୍ଲେ ଗ୍ରାଉଣ୍ଡ୍‌ରେ ଖେଳାଯିବ। ମୋଟ ୧୦ ଫ୍ରାଞ୍ଚାଇଜ୍‌କୁ ‌ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପୁଲ୍‌ ‘ଏ’ରେ ସିଲେଟ୍‌ ଷ୍ଟ୍ରାଇକର୍ସ, କଟକ କ୍ରାଏଷ୍ଟ୍‌, ହ୍ବାଇଟ୍‌ ଫନେଲ୍ ୱାରିୟର୍ସ, ବ୍ରହ୍ମେଶ୍ବର ୱାରିୟର୍ସ, ଷ୍ଟବର୍ଣ୍ଣ ରହିଥିବା ବେଳେ ପୁଲ୍‌ ‘ବି’ରେ ମଙ୍ଗଳା ୱାରିୟର୍ସ, ଟିମ୍ ଆଇଆର୍‌ସି, ଷ୍ଟ୍ରାଇକର୍ସ, କିରଣ ୱାରିୟର୍ସ ଏବଂ ଭାମ୍ପାୟର୍ସ ସାମିଲ ଅଛନ୍ତି।

ସବୁଠାରୁ ବଡ଼ କଥା ହେଲା ଏହି ପ୍ରତିଯୋଗିତାର ବିଜେତା ଦଳକୁ ୧.୧ ଲକ୍ଷ ଟଙ୍କା, ପ୍ରଥମ ଉପବିଜେତାକୁ ୬୦,୦୦୦ ଟଙ୍କା ଏବଂ ଦ୍ବିତୀୟ ଉପବିଜେତାକୁ ୨୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ଯୁବ ଖେଳାଳିମାନଙ୍କୁ ଏକ ବଡ଼ ପ୍ଲାଟଫର୍ମ ଯୋଗାଇଦେବା ଏହି ପ୍ରତିଯୋଗିତାର ଆଭିମୁଖ୍ୟ ବୋଲି ଆୟୋଜକ କେସିସିର ଅଧ୍ୟକ୍ଷ ଏ ସାଇ ପ୍ରସାଦ ଦୋରା ପ୍ରକାଶ କରିଛନ୍ତି। ରବିବାର ଏହି ପ୍ରତିଯୋଗିତାର ‌ଖେଳାଳି ନିଲାମି ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଫାଇନାଲ୍ ଦିବସରେ ଓଲିଉଡ୍‌ ସେଲିବ୍ରିଟି, ଟିମ୍ ସିସିସି ଏବଂ ରାଜନେତାଙ୍କୁ ନେଇ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳାଯିବ ବୋଲି କେସିସି ସମ୍ପାଦକ ହିମାଂଶୁ ପତି ସୂଚନା ଦେଇଛନ୍ତି। ଟେନିସ୍ ବଲ୍‌ କ୍ରିକେଟ୍ ପାଇଁ ରାଜ୍ୟରେ ଏତେ ପରିମାଣର ପୁରସ୍କାର ରାଶି ରଖାଯିବା ପ୍ରଥମ ବୋଲି ଶ୍ରୀ ପତି ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe