ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି କିଙ୍ଗସ୍‌ ଇଲେଭେନ୍‌ ପଂଜାବର ବ୍ୟାଟିଂ ନିଷ୍ପତ୍ତି 

Advertisment
ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି କିଙ୍ଗସ୍‌ ଇଲେଭେନ୍‌ ପଂଜାବର ବ୍ୟାଟିଂ ନିଷ୍ପତ୍ତି 

Photo: IPL twitter

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ତ୍ରୟୋଦଶ ସଂସ୍କରଣର ଅଷ୍ଟାଦଶ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଓ ଚେନ୍ନାଇ ସୁପର କିଙ୍ଗସ୍‌ ମଧ୍ୟରେ ମୁକାବିଲା ହେଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ରବିବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ପଏଣ୍ଟ ଟେବୁଲରେ ଉଭୟ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ଓ ଚେନ୍ନାଇ ସୁପର କିଙ୍ଗସ୍‌ ସମାନ ପଏଣ୍ଟ ହାସଲ କରିଛନ୍ତି। ଉଭୟ ଟିମ୍‌ ୪ଟି ଲେଖାଏଁ ମ୍ୟାଚ୍‌ ଖେଳିଥିବା ବେଳେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି। କିନ୍ତୁ ଉଭୟ ଟିମ୍‌ ୩ଟି ଲେଖାଏଁ ମ୍ୟାଚ୍‌ ହାରିଛନ୍ତି। ତେବେ ପଂଜାବ ଓ ଚେନ୍ନାଇ ମଧ୍ୟରେ ଚଳିତ ଆଇପିଏଲ୍‌ରେ ଏହା ହେଉଛି ପ୍ରଥମ ମୁକାବିଲା।

ପଂଜାବ ଟିମ୍‌ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଠାରୁ ସେପ୍ଟେମ୍ବର ୨୪ ତାରିଖରେ ୯୭ ରନ୍‌ରେ ବିଜୟୀ ହୋଇଥିବା ବେଳେ ସେପ୍ଟେମ୍ବର ୨୦ରେ ସୁପର ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ, ସେପ୍ଟେମ୍ବର ୨୭ରେ ରାଜସ୍ଥାନ ରୟାଲ୍ସ ଠାରୁ ୪ ଓ୍ଵିକେଟ୍‌ରେ ଓ ଅକ୍ଟୋବର ୧ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ୪୮ ରନ୍‌ରେ ପରାସ୍ତ ହୋଇଥିଲା।

ଚେନ୍ନାଇ ସୁପର କିଙ୍ଗସ୍‌ ଚଳିତ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ବିପକ୍ଷରେ ୫ ଓ୍ଵିକେଟ ବିଜୟୀ ହୋଇଥିଲା। ଏହା ପରଠାରୁ ସେପ୍ଟେମ୍ବର ୨୨ରେ ରାଜସ୍ଥାନ ରୟାଲ୍ସ ଠାରୁ ୧୬ ରନ୍‌, ସେପ୍ଟେମ୍ବର ୨୫ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ୪୪ ରନ୍‌ ଓ ଅକ୍ଟୋବର ୨ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଠାରୁ ୭ ରନ୍‌ରେ ପରାସ୍ତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe