ଘରୋଇ କ୍ରିକେଟ୍‌ ଖେଳିବାକୁ କୋହଲିଙ୍କୁ କିର୍ମାନୀଙ୍କ ପରାମର୍ଶ

Advertisment
ଇମ୍ପାକ୍ଟ ପ୍ଲେୟାର ନିୟମ ନେଇ ପ୍ରଶ୍ନ କଲେ କୋହଲି

ନୂଆଦିଲ୍ଲୀ: ଏକଦା ଭାରତୀୟ କ୍ରିକେଟ୍‌ର ମହାନ୍‌ ତାରକା ଭାବେ ପରିଗଣିତ ହେଉଥିବା ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ସମସ୍ତ କୀର୍ତ୍ତିମାନକୁ ଟପିଯିବାର ସମ୍ଭାବନା ରଖିଥିବା ବିରାଟ କୋହଲି ଏବେ ତାଙ୍କ ଫର୍ମ ପାଇଁ ଚାରିଆଡୁ ସମାଲୋଚନାର ଶିକାର ହେଉଛନ୍ତି। ଏପରିକି ତାଙ୍କୁ ଜାତୀୟ ଦଳରୁ ବାଦ୍‌ ଦେବା ଉଚିତ ବୋଲି ଅଧିକାଂଶ ପୂର୍ବତନ କ୍ରିକେଟର୍‌ ଖୋଲାଖୋଲି ମନ୍ତବ୍ୟ ଦେଉଛନ୍ତି। ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଜାତୀୟ ଦଳରୁ ବାଦ୍‌ ପଡ଼ୁଥିଲା ବେଳେ କୋହଲି କାହିଁ ବାଦ୍‌ ପଡ଼ିପାରିବେନି ବୋଲି କିଛି ଦିନ ତଳେ ୧୯୮୩ ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ କିଂବଦନ୍ତି କପିଳ ଦେବ ପ୍ରଶ୍ନ ଉଠାଇଥିଲେ। ଏବେ ଆଉ ଜଣେ ମହାନ୍‌ ତଥା ସେହି ବିଶ୍ବକପ୍‌ ବିଜେତା ଦଳର ୱିକେଟ୍‌ରକ୍ଷକ ସୟଦ୍‌ କିର୍ମାନୀ ସେଥିରେ ଯୋଡ଼ି ହୋଇଛନ୍ତି।

‘‘ଘରୋଇ କ୍ରିକେଟ୍‌ ଖେଳିବାକୁ ଯାଅ, କିଛି ଫର୍ମ ଫେରିପାଅ, ତା’ପରେ ଆମେ ଦେଖିବୁ’’। ଫର୍ମ ପାଇଁ ସଂଘର୍ଷ କରୁଥିବା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି କିର୍ମାନି। ଏହା କୋହଲିଙ୍କ ପାଇଁ କିଛି ଖରାପ ଧାରଣା ନୁହେଁ। ବରଂ ସେ ଘରୋଇ କ୍ରିକେଟ୍‌ ଖେଳି ଫର୍ମ ଫେରିପାଇବା ହିଁ ଭାରତୀୟ ଦଳ ପାଇଁ ଲାଭ ହେବ ବୋଲି କିର୍ମାନୀ କହିଛନ୍ତି। କିର୍ମାନୀଙ୍କ ଏହି ମନ୍ତବ୍ୟ ସହ ଏକମତ ହୋଇଛନ୍ତି ପୂର୍ବତନ ମଧ୍ୟମଗତି ବୋଲର ଭେଙ୍କଟେଶ ପ୍ରସାଦ। ଚୟନକର୍ତ୍ତାମାନେ କାହିଁକି ଦଳରେ କୋହଲିଙ୍କ ସ୍ଥାନ ନେଇ ଗଭୀର ଆଲୋଚନା କରୁନାହାନ୍ତି ବୋଲି ଭେଙ୍କଟେଶ ମଧ୍ୟ ମନ୍ତବ୍ୟ ରଖିଛନ୍ତି। ତେଣୁ ଚୟନକର୍ତ୍ତାମାନେ କୋହଲିଙ୍କୁ ଘରୋଇ କ୍ରିକେଟ୍‌ ଖେଳିବାକୁ ବାଧ୍ୟ କରିବା ଉଚିତ ବୋଲି ଏହି ଦୁଇ ପୂର୍ବ କ୍ରିକେଟର୍‌ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe