ଅଖତର ମହାନ ବୋଲର ହେବେ ବୋଲି କର୍ଷ୍ଟେନ ଭବିଷ୍ୟବାଣୀ କରିଥିଲେ

Advertisment
ଅଖତର ମହାନ ବୋଲର ହେବେ ବୋଲି କର୍ଷ୍ଟେନ ଭବିଷ୍ୟବାଣୀ କରିଥିଲେ

siasat.com

ଲାହୋର: ରାୱଲପିଣ୍ଡି ଏକ୍ସପ୍ରେସ୍ ସୋଏବ ଅଖତର ନିଜ ସମୟରେ ଜଣେ ଘାତକ ଓ ଦୁର୍ଦ୍ଧର୍ଷ ବୋଲର ଥିଲେ। ୨୨ ବର୍ଷ ବୟସରେ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ୍ ଏବଂ ଜିମ୍ବାୱେ ବିପକ୍ଷରେ ଦିନିକିଆ ଆନ୍ତର୍ଜାତିକ ଖେଳ ଜୀବନ ଆରମ୍ଭ କରିଥିଲେ। ତେବେ ସେ ଦିନେ ନା ଦିନେ ଜଣେ ମହାନ ବୋଲର ହେବେ, ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ ଏହାର ଚାରି ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିସାରିଥିଲେ। ଏକଥା ନିଜେ ଅଖତର କହିଛନ୍ତି। ନିଜ ଯୁବ ବେଳାକୁ ମନେ ପକାଇ ଅଖତର କହିଛନ୍ତି ଯେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନକୁ ନେଇ ୧୯୯୪/୯୫ରେ ଖେଳାଯାଇଥିବା ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାରେ ମୁଁ ଦକ୍ଷିଣ ଆଫ୍ରିକା ଦଳର ନେଟ୍ ବୋଲର ଥିଲି।

ସେତେବେଳେ ମୋତେ ମାତ୍ର ୧୮ ବର୍ଷ ବୟସ ହୋଇଥିଲା। ମୋତେ ଏଥିଲାଗି ଗ୍ୟାରି କର୍ଷ୍ଟେନ ଓ ଜଣ୍ଟି ରୋଡସ୍ ଅନୁରୋଧ କରିଥିଲେ। ତେବେ ମୁଁ ସେମାନଙ୍କୁ କହିଥିଲି ଖୁବଶୀଘ୍ର ମୁଁ ଆପଣମାନଙ୍କ ବିପକ୍ଷରେ ଖେଳିବି, ଏକଥା ଭଲ ଭାବରେ ମନେ ରଖନ୍ତୁ। ଏହା ପରେ ମୁଁ କର୍ଷ୍ଟେନଙ୍କୁ ଦୁଇଟି ବଲ୍ ପକାଇଥିଲି, ସେ ଏହା ପରେ କହିଥିଲେ ହେ ଭଗବାନ ତୁମେ ନେଟ୍‌ରେ ନୁହେଁ ପାକିସ୍ତାନ ଦଳରେ ରହିବା କଥା। ଏହା ପରେ ମୁଁ ଜଣେ ମହାନ ଦ୍ରୁତ ବୋଲର ହୋଇପାରିବି ତ? ବୋଲି ତାଙ୍କୁ ପଚାରିଥିଲି। ସେ କହିଥିଲେ ମୁଁ ଜୋର ଦେଇ କହିପାରିବି, ତୁମେ ପାକିସ୍ତାନ ଡ୍ରେସିଂ ରୁମ୍‌ରେ ରହିବ ଏବଂ ମହାନ ବୋଲର ବି ହେବ। ହେଲେ ପାକିସ୍ତାନ ଚୟନକର୍ତ୍ତା କଣ କଲେ? ମୋତେ ଚାରି ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୁଯୋଗ ଦେଲେ। ଫଳରେ ମୁଁ ବହୁମୂଲ୍ୟ ସମୟ ନଷ୍ଟ କଲି। ନଚେତ୍ ମୁଁ ଆହୁରି ଅନେକ ୱିକେଟ୍ ନେଇ ପାରିଥା’ନ୍ତି ବୋଲି ଅଖ୍‌ତର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe